ପୂଜା ମଣ୍ଡପ ପରିଦର୍ଶନ କଲେ ଅତିରିକ୍ତ ତହସିଲଦାର
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ କୋଭିଡ୍ କଟକଣା ମଧ୍ୟରେ ଦୁର୍ଗତୀନାଶିନୀ ମା’ଦୁର୍ଗାଙ୍କର ପୂଜା ଉତ୍ସବ ସମାପନ ହୋଇଛି । ମାଜିଷ୍ଟେଟ ଦାୟୀତ୍ୱରେ ଥିବା ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ କାଣ୍ଡବା, ଶ୍ରୀରାମପୁର, ତାଜିପୁର, ଚାରିଗାଁ, ମହାନ୍ତିପଡା, ଆଡିଆ, କାଦବରାଙ୍ଗ, ଗଭରପୁର, ବିଟିପୁର ଆଦି ପୂଜା ମଣ୍ଡପ ପରିଦର୍ଶନ କରି କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତଦାରଖ କରିଥିଲେ ।