ପୂଜ୍ଯପୂଜା ଗୀତି
ବୀର ପୁତ୍ରଙ୍କର
ତ୍ୟାଗ ବଳିଦାନେ
ମୋ ଦେଶ ଜାତି ମହାନ,
ତାଙ୍କ ଗୁଣ କିର୍ତ୍ତୀ
ଦେଶପ୍ରେମ ପ୍ରୀତି
ଚିରକାଳ ଅମଳିନ ।
ଦେଶ ଭକ୍ତି ପ୍ରୀତି
ମୋ ଜାତି ସମ୍ପତି
ଅମ୍ଳାନ ଅସ୍ମିତା ଉର୍ଜା,
ସେ ଉର୍ଜା ତେଜରେ
ଜାତି ତେଜିୟାନ
ଦେଶ ବିଦେଶରେ ପୂଜା ।
ଏହି ପୂଜ୍ଯପୂଜା
ମୋ ଜାତି ସଂସ୍କୃତି
ଜାତୀୟ ଜୀବନ ଗୀତି,
ପ୍ରତି ଘରେ ଘରେ
ହୃଦୟ କନ୍ଦରେ
ଗୁଞ୍ଜରିତ ଦିନରାତି ।
ଏ ଜାତିର ଶୀର
ଆପେ ନଇଁଯାଏ
ବୀରପୁଙ୍ଗବଙ୍କ ପାଦେ,
ତାଙ୍କ ସୌର୍ଯ୍ଯ ବୀର୍ଯ୍ୟ
ବିରତ୍ତ୍ବ କାହାଣୀ
ଜାତି ଗାଏ ପ୍ରତି ପଦେ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ