ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଭିନ୍ନ ବରପୁତ୍ର ଓ ମହାପୁରୁଷମାନଙ୍କ ପ୍ରତି ଶ୍ରଦ୍ଧାସୁମନ

ଭୁବନେଶ୍ୱର : ରାଜଧାନୀ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପବିତ୍ର ୮୫ତମ ଉତ୍କଳ ଦିବସ ଉପଲକ୍ଷେ ବିଭିନ୍ନ ବରପୁତ୍ର ଓ ମହାପୁରୁଷମାନଙ୍କ ପ୍ରତି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ରାଜ୍ୟ ସରକାରଙ୍କ ତାଲାବନ୍ଦକୁ ସମର୍ଥନ ଓ ସମ୍ମାନ ଜଣାଇ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତା ଓ ପରାମର୍ଶକ୍ରମେ ରାଜଧାନୀ ତଥା ବିଭିନ୍ନ ପ୍ରାନ୍ତରେ ଥିବା ମହାପୁରୁଷଙ୍କ ସ୍ମୃତିଚାରଣ ଜଣେ ଲେଖାଏଁ ଅଭିଯାନର ସଦସ୍ୟ ପ୍ରତ୍ୟେକ ମହାପୁରୁଷଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ରାଜଧାନୀରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, କର୍ମବୀର ଗୌରୀଶଙ୍କର, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, କାନ୍ତକବି ଲକ୍ଷ୍ମୀକାନ୍ତ, ବ୍ୟାସକବି ଫକୀର ମୋହନ ସେନାପତି, ବିପ୍ଳବୀ ଧରଣୀଧର, ପଲ୍ଲୀକବି ନନ୍ଦକିଶୋର ବଳ, ବାରିଷ୍ଟର ବିଶ୍ୱନାଥ ମିଶ୍ର ପ୍ରମୁଖଙ୍କ ପ୍ରତିମୂର୍ତିରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ଯୁଗ୍ମ ସଂଯୋଜକ ନାରାୟଣ ଖୁଂଟିଆ, ଲକ୍ଷ୍ମୀଧର ବେହେରା, ଲଗ୍ନଦୀପା ମିଶ୍ର, ଶିବଶଙ୍କର ଡାକୁଆ, ତନ୍ମୟ ସାମନ୍ତରାୟ ପ୍ରମୁଖ ପ୍ରତିମୂର୍ତିରେ ପୁଷ୍ପ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ମହାପୁରୁଷ ଓ ବରପୁତ୍ରଙ୍କ ନିଷ୍ଠା, ତ୍ୟାଗ ଓ ଦେଶପ୍ରେମକୁ ଅଭିଯାନର ସମସ୍ତ ସଦସ୍ୟ ମନେ ପକାଇଥିଲେ ।
ଏହାଛଡ଼ା ରାଜଧାନୀ ବାହାରେ ପୁରୀ ଓ ନିମାପଡ଼ାରେ ଥିବା ଅଭିଯାନର ସଦସ୍ୟ ଅଧ୍ୟାପକ ଆଦର୍ଶ ଦାସ, ଶହୀଦ୍ ଉତ୍ସବ ମଲ୍ଲିକଙ୍କୁ, ତାଳତୁମ୍ବରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତିରେ, ଡାକ୍ତର ସାଗର ରଂଜନ ତ୍ରିପାଠୀ ବ୍ରହ୍ମପୁରରେ, ବିକାଶ ମେହେର୍ ସମ୍ବଲପୁରରେ, ସାମ୍ବାଦିକ ପ୍ରତାପ ପାଢ଼ୀ ରାଉରକେଲାରେ ଓ ବିମଳ ଷଡ଼ଙ୍ଗୀ ଖୋର୍ଦ୍ଧାରେ ନାରାୟଣ ଖୁଂଟିଆ ତାଳତୁମ୍ବରେ, ବାଙ୍କିରେ ଥିବା ଅଭିଯାନର ସଂଯୋଜକ ସୁନୀଲ୍ ମିଶ୍ର, ନିରଞ୍ଜନ ସାହୁ ଶ୍ରଦ୍ଧାଅର୍ଘ୍ୟ ଅର୍ପଣ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ