ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଭାରତର ପ୍ରଥମ ଶହୀଦ୍ ଜୟୀରାଜଗୁରୁଙ୍କର ୨୮୨ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଭାରତର ପ୍ରଥମ ଶହୀଦ୍, ମହାନ ସଂଗ୍ରାମୀ, ଦେଶଭକ୍ତ ଜୟୀରାଜଗୁରୁଙ୍କର ୨୮୨ତମ ଜୟନ୍ତୀ ସ୍ଥାନୀୟ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ପାଇକମାନଙ୍କୁ ଏକାଠି କରି ଇଂରେଜୀମାନଙ୍କୁ ବିତାଡ଼ିତ କରିବା ତଥା ଦେଶମାତୃକାର ସେବା ପାଇଁ ସମଗ୍ର ଜୀବନକୁ ଉତ୍ସର୍ଗ କରିଥିଲେ ମହାନ ସଂଗ୍ରାମୀ, ବିପ୍ଳବୀ ଜୟୀରାଜଗୁରୁ । ସର୍ବପ୍ରଥମେ ସେ ଗରିଲା ଯୁଦ୍ଧ ଆରମ୍ଭ କରି ସମସ୍ତଙ୍କୁ ଚକିତ କରିବା ସହ ନିଜ ବିରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ପାଇକ ବୀର, ମହାନ ସଂଗ୍ରାମୀ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଦାୟାଦ ପାଇକ ବୀର ପ୍ରଫୁଲ୍ଲ କୁମାର ବାହୁବଳେନ୍ଦ୍ରଙ୍କୁ ‘ଜୟୀରାଜଗୁରୁ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶିଷ୍ଟ ଜନନେତ୍ରୀ, ସମାଜସେବୀ ସୁମିତ୍ରା ପଣ୍ଡା ଓ ଶିକ୍ଷାବିତ୍ ଡ. ସୀତାବଲ୍ଳଭ ମହାପାତ୍ର । ଏହାସହିତ ଜୟୀରାଜଗୁରୁଙ୍କ ଦାୟାଦ ମହାନ ଦେଶପ୍ରେମୀ ଜଟ୍ଟାଧାରୀ ମିଶ୍ର ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନକୁ ସମ୍ବର୍ଦ୍ଧିତ କରିଥିଲେ । ଅଭିଯାନର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷାପ୍ରାଣ ଅମରେନ୍ଦ୍ର ମହାପାତ୍ର, ନିରଂଜନ ସାହୁ, ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ସମିତା ମହାରଣା, ଲକ୍ଷ୍ମୀଧର ବେହେରା, ଲଗ୍ନଦୀପା ମିଶ୍ର, ତନ୍ମୟ ସାମନ୍ତରାୟ, ରୋହିତ ନାୟକ, ଜଟାଧାରୀ ମିଶ୍ର, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।