ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଥିବା ବିଜ୍ଞାପନ ଫଳକକୁ ଅଭିଯାନ ତରଫରୁ ଭାଙ୍ଗି ଦିଆଯାଇଛି । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, କୌଣସି ବ୍ୟକ୍ତିବିଶେଷ, ସଂଗଠନ ଏପରି ବେଆଇନ୍ କାର୍ଯ୍ୟ କଲେ ତାଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସାମାଜିକ ବାସନ୍ଦ କରାଯିବ । ପୂର୍ବରୁ ଏ ନେଇ ଓଡ଼ିଶା ବୌଦ୍ଧିକ ସମାଜ ପକ୍ଷରୁ ସୌଭାଗ୍ୟ ରଞ୍ଜନ ମହାନ୍ତି ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ବିଜ୍ଞାପନ ବୋର୍ଡ଼ଟିକୁ ହଟାଇବା ପାଇଁ ସରକାରଙ୍କୁ ସୂଚନା ପ୍ରଦାନ କରିଥିଲେ । ମାତ୍ର ସରକାର ଏଥିପ୍ରତି ସାମାନ୍ୟତମ କର୍ଣ୍ଣପାତ କରିନଥିଲେ । ତେଣୁ ପୂର୍ବ ଘୋଷଣା ଅନୁଯାୟୀ ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ସଦସ୍ୟ ନାରାୟଣ ଖୁଣ୍ଟିଆ, ଡ. ଅସିତ ଦାସ ପ୍ରମୁଖ କର୍ମକର୍ତ୍ତା ଘଟଣାସ୍ଥଳରେ ପହଂଚି ବିଜ୍ଞାପନ ଫଳକଟିକୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ହଟାଇ ଦେଇଥିଲେ । ଭବିଷ୍ୟତରେ କୌଣସି ମହାପୁରୁଷଙ୍କୁ ଏପରି ଅସମ୍ମାନ କଲେ, ତାର ପରିଣତି ଭୟାବହ ହେବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ଚେତାବନୀ ଦେଇଛନ୍ତି ।