ପୂଜ୍ୟପୂଜା ସମ୍ମାନ ସମାରୋହ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭୁବନେଶ୍ୱର ଅଗ୍ରଣୀ ସାମାଜିକ ସାହିତ୍ୟ ଅନୁଷ୍ଠାନ ସାରସ୍ୱତ ସମାଜ ତରଫରୁ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦଠାରେ କବିତା ଆସର ସହ ପୂଜ୍ୟପୂଜାର ସମ୍ମାନ ସଭାପତି ରାଜକିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ସହ କୋଭିଡ଼ ମହାମାରୀ ଉପରେ ବିଶଦ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଅନୁଷ୍ଠାନ ତରଫରୁ କୋଭିଡ଼ ସମୟରେ ସାମାଜିକ ସେବାରେ ନିବୃତ୍ତ ଥିବା କବି ଓ ସମାଜସେବୀମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଅନିମା ପଟ୍ଟନାୟକ, ଶ୍ରୀମତୀ ଅନୁସୃତା ସିଂହଦେଓ, ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ଅଧ୍ୟାପିକା ଡଃ ସରୋଜିନୀ ପାଣି, ଅଧ୍ୟାପିକା ହିମାଦ୍ରୀ ତନୟା ମିଶ୍ର, ରଜନୀକାନ୍ତ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ, ସନ୍ଧ୍ୟାରାଣୀ ପୃଷ୍ଟି ଓ ରାଜକିଶୋରପତିଙ୍କୁ ପୂଜ୍ୟପୂଜାର ସମ୍ମାନିତ କରାଯାଇଥିଲା । ଏହି ସମାରୋହରେ ବହୁ କବି ଓ ସାହିତ୍ୟିକ ଯୋଗ ଦେଇ କବିତା ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରମୁଖ କବିମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ମହାନ୍ତି, ଇତିଶ୍ରୀ ପତି, କାନନବାଳା ପଟ୍ଟନାୟକ, କାନ୍ତିଲତା ଦାଶ, ଆରତୀ ମହାନ୍ତି, ବୀଣାପାଣି ଚୌଧୁରୀ ଓ ନିତ୍ୟ ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଫେସର ଡ଼ାକ୍ତର ଜୟକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମକୁ ବିରାମ ଦିଆଯାଇଥିଲା ।