ପୂଜ୍ୟପୂଜା ହେଉଛି ଆମର ପାତାଳଭେଦି ସଂସ୍କୃତି

ଭୁବନେଶ୍ୱର,(ୱାଇଏନ୍ଏସ୍): ରଣଭୂଇଁ ଓ ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ, ଭୁବନେଶ୍ୱର ତରଫରୁ ସ୍ଥାନୀୟ ୟୁନିଟ୍‌-୯ ଠାରେ ଥିବା ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିସ୍ଥଳଠାରେ ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଚିନ୍ତକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଓ ଶହୀଦ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି । ଶହୀଦଙ୍କ ଦେଶଭକ୍ତି, ନିଷ୍ଠା ଓ ବଳିଦାନର ପଟ୍ଟାନ୍ତର ନାହିଁ । ଶ୍ରୀଯୁକ୍ତ ଶତପଥୀ ସଭାପିତ୍ୱ ଓ ସଂଯେଜାନା କରି ସମାଜରେ ମାନବିକ ମୂଲ୍ୟବୋଧ, ପୂଜ୍ୟମାନଙ୍କୁ ପୂଜା କରିବା ଓ ମଣିଷର ନୈତିକ ଅବକ୍ଷୟ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଏଥିପ୍ରତି ସମସ୍ତେ ସଜାଗ ହେବା ସହିତ ପିଲାମାନଙ୍କୁ ନୈତିକ ଶିକ୍ଷା ଓ ଦେଶ ମାତୃକାର ଶିକ୍ଷା ପାଇଁ ସମସ୍ତେ ବ୍ରତୀ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ଅତ୍ୟାଚାରୀ ରାଜା ଓ ଇଂରେଜମାନଙ୍କ କବଳରୁ ରଣପୁର ପ୍ରଜାମାନଙ୍କ ପାଇଁ ସ୍ୱାଧୀନତା ଆଣିବାରେ ଶହୀଦ ଦିବାକର ପରିଡ଼ା ନିଜକୁ ବଳି ଦେଇଥିଲେ । ଏହି ଅବସରରେ ଶହୀଦ ଓ ମୁକ୍ତି ସଂଗ୍ରାମୀ ସ୍ମୃତି ଉନ୍ନୟନ ପରିଷଦ ଗଠନ ପାଇଁ ବ୍ରଜବନ୍ଧୁ ପରିଡ଼ା ମତ ରଖିଥିଲେ ଏବଂ ସର୍ବସମ୍ମତି କ୍ରମେ ଏହା ଗୃହୀତ ହୋଇଥିଲା । ଏହା ସହିତ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାର ଅତିରିକ୍ତ ନିର୍ଦ୍ଦେଶକ, ଲେଖକ ତଥା ସାହିତ୍ୟିକ ବରଦା ପ୍ରସନ୍ନ ଦାସଙ୍କ ସେବା ନିବୃତ୍ତି ପାଇଁ ତାଙ୍କୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବ୍ରଜବନ୍ଧୁ ପରିଡ଼ା ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଉକ୍ତ ସ୍ମୃତିସଭାରେ ଯୋଗ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ବି. ମୁରଲୀଧର, ନିତ୍ୟରଞ୍ଜନ ପଣ୍ଡା, ସୁରେନ୍ଦ୍ର କୁମାର ସାହୁ, ଗିରିଜା ଶଙ୍କର ମହାପାତ୍ର, ବ୍ରଜକିଶୋର ସିଂ, ସରୋଜ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ