ପୂଜ୍ୟ ପୂଜା ସଂସଦର ଉପ ସଭାପତି ବିଜୟ ଦାଶଙ୍କ ବିୟୋଗରେ ଶୋକ
ଅନୁଗୋଳ : ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପୂଜ୍ୟ ପୂଜା ସଂସଦର ଉପ ସଭାପତି ବିଜୟ ଦାଶଙ୍କର ଗତ ଗୁରୁବାର ଦିନ ମୃତ୍ୟୁରେ ପୂଜ୍ୟ ପୁଜା ସଂସଦ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ଆତ୍ମାର ସତ୍ଗତି ନିମିନ୍ତ ଦସ୍ୱବ ମିନିଟ ନିରବ ପ୍ରାର୍ଥନା କଲା ପରେ ସଂସଦର ସଭାପତି ଆଡଭୋକେଟ ଦିଲ୍ଲିପ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଦାଶଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ବକ୍ତାମାନେ ଆଲୋଚନା କରି ତାଙ୍କର ବହୁମୂଖୀ ପ୍ରତିଭା ସହ ଜଣେ ପରୋପକାରୀ, ସହୃଦୟ, ମେଳାପୀ ବ୍ୟକ୍ତି ଭାବରେ ଜନ ମାନସରେ ସବୁଦିନପାଇଁ ମନେ ରହିବେ ବୋଲି ପ୍ରକାଶ କରିଥିଲେ । ତାଙ୍କର ଚିନ୍ତାଧାରା ଓ ନିଷ୍ଠା ଯୋଗୁଁ ପୂଜ୍ୟ ପୂଜା ସଂସଦ ଅନୁଗୋଳ ଜିଲ୍ଲାର ବହୁ ମହାପୁରୁଷମାନଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ସଭା ଜରିଆରେ ସେମାନଙ୍କୁ ଜନ ସମାଜରେ ଅମର କରି ରଖି ପାରିଥିଲେ । ଶୋକସଭାରେ ସାଧାରଣ ସଂପାଦକ ଆଡଭୋକେଟ ଗୋପାଳ ନାଥ, ସଂପାଦକ ରଣଜିତ ଦାଶ, ଦୁଷ୍ମନ୍ତ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ ପଣ୍ଡା, ବିଶ୍ୱଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରଦାନ କରିଥିଲେ


