ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳ ଗୌରବଙ୍କ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର,(ଅନିଲ କୁମାର): ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୧ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ସ୍ଥାନୀୟ ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରି ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ମଧୁସୂଦନ ଦାସଙ୍କ ବଳିଷ୍ଠ ନେତୃତ୍ୱ, ସଂଗଠନ ଓ ତ୍ୟାଗ ବଳରେ ୧୯୩୬ମସିହା ଅପ୍ରେଲ ପହିଲାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇପାରିଲା l ରାଜନୀତି କରି ଦେଶସେବା ଆଳରେ ନିଜେ ଧନ ଓ କ୍ଷମତାର ଅଧିକାରୀ ହେବା ମଧୁସୂଦନ ଦାସଙ୍କ କୌଣସି ପ୍ରକାର ଅଭିପ୍ରାୟ ନଥିଲା l ନିଜର ଉଚ୍ଚାଦର୍ଶ ଓ ମହତ ଲକ୍ଷ୍ୟ ପରିପୂରଣ ନିମନ୍ତେ ଆତ୍ମୋଚ୍ଛର୍ଗ କରିବା ତାଙ୍କର ନୀତି ଥିଲା l ମଧୁସୂଦନ ଦାସ ତାଙ୍କ ଜୀବନରେ ଅନେକ ଦେଶାତ୍ମବୋଧକ ସଂଗୀତ ରଚନା କରିଥିଲେ l ଜାତି -ଯଜ୍ଞ କୁଣ୍ଡରେ ଆପଣାର ସମସ୍ତ ସ୍ୱାର୍ଥକୁ ନୈବେଦ୍ୟ ରୂପେ ସମର୍ପଣ କରିଦେବାକୁ ଦେଶବାସୀଙ୍କୁ ସେ ତାଙ୍କ ଅଧିକାଂଶ ଗୀତରେ ଆହ୍ୱାନ ଦେଇଥିଲେ l କୂଳବୃଦ୍ଧ ମଧୁସୂଦନ ଦାସ ସବୁଦିନ ପାଇଁ ଚୀର ସ୍ମରଣୀୟ ରହିବେ ବୋଲି ଆଜି ସଭାରେ ମତ ପ୍ରକାଶ ପାଇଛି l ସମିତି ସମ୍ପାଦକ ଏସ.ସାମ୍ବାଶିବା ରାଓ, ଅବନୀ ଗୟା ପ୍ରମୁଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ