ପୂଜ୍ୟ ପୂଜା ସମିତି ପକ୍ଷରୁ ବିନାୟକ ଆଚାର୍ଯ୍ୟଙ୍କ ଜୟନ୍ତି ପାଳନ

ବ୍ରହ୍ମପୁର, (ଅନିଲ କୁମାର): ମାନବ ଅଧିକାର ସୁରକ୍ଷା ମଞ୍ଚର ସଂସ୍କୃତିକ ଶାଖା ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ସ୍ଥାନୀୟ ଆସିକା ରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ 103ତମ ଜୟନ୍ତି ପାଳନ ଅନୁଷ୍ଠିତ ହୋଇଯାଇଛି l ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ସମିତିର ସଭାପତି ବଂଶୀଧର ଭୂୟାଁ ମାଲ୍ୟାର୍ପଣ କରିବା ପରେ ସେଠାରେ ଆୟୋଜିତ ସ୍ମୃତି ସଭାରେ ସଭାପତିତ୍ୱ କରିଥିଲେ l ବିନାୟକ ଆଚାର୍ଯ୍ୟ ଅଗଷ୍ଟ 30ତାରିଖ 1918ମସିହାରେ ବ୍ରହ୍ମପୁର ଠାରେ ଜନ୍ମ ଗ୍ରହଣ କରି ପ୍ରଥମେ ବ୍ରହ୍ମପୁର ମୁନସିପାଲ ପୌର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ବିନ ମାଷ୍ଟର ଭାବେ ପରିଚିତ ଥିଲେ l ପରେ ବିଶିଷ୍ଟ ସାମ୍ୟବାଦୀ ନେତା ବିଜୟ ଚନ୍ଦ୍ର ଦାଶଙ୍କ ସଂସ୍ପର୍ଶରେ ଆସି ସାମ୍ୟବାଦ ଆଦର୍ଶରେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଓ ପରେ ସେ ରାଜନୀତିରେ ସକ୍ରିୟ ଯୋଗଦାନ କରି 1972ମସିହାରେ କୃଷି, ସମବାୟ, ସହରାଞ୍ଚଳ ବିକାଶ ବିଭାଗରେ ମନ୍ତ୍ରୀପଦ ଗ୍ରହଣ କରିବାସହ 1974 ରେ ଅବକାରୀ ଓ ଅର୍ଥ ବିଭାଗରେ ମନ୍ତ୍ରୀ ଏବଂ 1976-77ମସିହାରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ନେଇଥିଲେ l ଜଣେ ସରଳ ନିଷ୍କଳଙ୍କ ଜୀବନ ଯାପନ କରୁଥିବା ସାଧାରଣ ମଣିଷଟି ନିଜ ଆଦର୍ଶ କର୍ତ୍ତବ୍ୟନିଷ୍ଠ ସାଧୁତା ବଳରେ ଓଡିଶା ରାଜନୀତିର ଆଗଧାଡିର ନେତା ହୋଇଥିଲେ l ବିନାୟକ ଆଚାର୍ଯ୍ୟଙ୍କ ଜୀବନରୁ ଆଜିର ରାଜନେତା ମାନେ ଏହି ମହନୀୟ ଗୁଣ ଗୁଡିକୁ ଶିଖିବାର ଆବଶ୍ୟକତା ରହିଛି l ସମିତି ଦ୍ୱାରା ଆୟୋଜିତ ଆଜିରଏହି ସ୍ମୃତିସଭାରେ ଆସିକା ରୋଡକୁ ବିନାୟକ ମାର୍ଗ ଭାବେ ନାମିତ କରିବାକୁ ଦାବି ହୋଇଥିଲା l ଏହି ସ୍ମୃତି ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଯୁବନେତା ମନୋଜ କୁମାର ତରାଇ,ସୁରେନ୍ଦ୍ର ନାଥ ପଣ୍ଡା,ଅବସରପ୍ରାପ୍ତ ଶିକ୍ଷକ ସଂଘ ର ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର ପଣ୍ଡା, ଉପଦେଷ୍ଟା ଡ଼ଃ. ଶିବ ପ୍ରସାଦ ମିଶ୍ର, ବିନାୟକ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟର ଶିଶିର ଆଚାର୍ଯ୍ୟ, ସିମାଞ୍ଚଳ ସାହୁ, ସମାଜସେବୀ ସlଲ୍ଲା କେଶବ ଲିଙ୍ଗମ, ରାମ କ୍ରିଷ୍ଣା ଦାଶ, ଏସ. ଶାମ୍ବାଶିବା ରାଓ,ଆଇନଜୀବି ଅବନୀ ଗୟା ପ୍ରମୁଖ ଆଲୋଚନାରl ଶେଷରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ମନୋଜ କୁମାର ତରାଇ ଧନ୍ୟବାଦ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ