ପୂଜ୍ୟ ପୂଜା ସମିତି ପକ୍ଷରୁ “ସାମାଜିକ ପରିବର୍ତ୍ତନ ଓ ଦେଶ ଗଠନରେ ଆମ୍ବେଦକର” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର):ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ୭୨ ତମ ମହାପରିନିର୍ବାଣ ଦିବସରେ ଆଜି ପୂଜ୍ୟ ପୂଜା ସମିତି ପକ୍ଷରୁ ସାମାଜିକ ପରିବର୍ତ୍ତନ ଓ ଦେଶ ଗଠନରେ ଆମ୍ବେଦକର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ବିଜିପୁର କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମିତିର ସଭାପତି ବଂଶୀଧର ଭୂୟାଁ ଅଧ୍ୟକ୍ଷତା କରିଥିବା ବେଳେ ବହୁ ଆଲୋଚକ ଅଂଶ ଗ୍ରହଣ କରିଥିଲେ l ଭାରତରେ ବର୍ଷ ବର୍ଷ ଧରି ରହିଥିବା କଳଙ୍କିତ ଜାତିପ୍ରଥାରେ ବହୁ ଦଳିତ ବର୍ଗର ଲୋକ ନିଷ୍ପେସିତ ହେଉଥିଲେ l ପିଇବା ପାଣି ଠୁ ଆରମ୍ଭ କରି ସର୍ବସାଧାରଣ ରାସ୍ତାରେ ଯାତାୟତ କରିବା ଭଳି ସମସ୍ତ କ୍ଷେତ୍ରରେ ସାମାଜିକ ଜୀବନରେ ବହୁ ଅମାନୁଷିକ ଅତ୍ୟାଚାରର ଶିକାର ହେଉଥିଲେ l ପିଲାଟି ବେଳରୁ ଆମ୍ବେଦକର ଏ ପ୍ରକାର ଅତ୍ୟାଚାରର ବିରୋଧ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଲୋକଙ୍କ ମଧ୍ୟରେ ମେଳି ବାନ୍ଧି ଶୋଭାଯାତ୍ରା ମାଧ୍ୟମରେ ସର୍ବସାଧାରଣ ପୋଖରୀ, କୂଅ ରୁ ପିଇବା ପାଣି ନେବା ଆଦି ବୈପ୍ଲବିକ ପଦକ୍ଷେପ ଗ୍ରହଣ କରି ଯୁଗାନ୍ତକାରୀ ପରିବର୍ତ୍ତନ କରିଥିଲେ l ଏତଦସହ ସେ ଉଚ୍ଚ ଶିକ୍ଷା ଲାଭ କରି ବିଶ୍ୱର ବିଭିନ୍ନ ଦେଶର ସମ୍ବିଧାନକୁ ଅଧ୍ୟୟନ କରି ଭାରତବର୍ଷର ବହୁ ଜାତି, ଧର୍ମ, ସମ୍ପ୍ରଦାୟର ଲୋକଙ୍କ ପାଇଁ ଓ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଭlରତବାସୀଙ୍କ ପାଇଁ ସମ୍ବିଧାନ ରଚନା କରିଛନ୍ତି l ଦେଶର ସମସ୍ତ ଶୋଷିତ, ଅତ୍ୟାଚାରିତ ଲୋକଙ୍କ ସ୍ୱାଧୀନତା ପାଇଁ ସମ୍ବିଧାନ ହିଁ ଏକ ମାତ୍ର ଅସ୍ତ୍ର ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି l କିନ୍ତୁ ସମ୍ବିଧାନର ମୂଳ ଆଧାର ଗଣତନ୍ତ୍ର, ଧର୍ମନିରପେକ୍ଷତା ଆଜି ଲୁଣ୍ଠିତ l ଏଣୁ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ଜନଗଣ ଏକାଠି ହେବାର ପ୍ରୟୋଜନ ରହିଛି l ଆଜି ଆଲୋଚକ ମଧ୍ୟରେ ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ଗୋପାଳ ପାଣିଗ୍ରାହୀ, କ୍ରାନ୍ତିକାରୀ କୃଷକ ସଭା ର ଶଙ୍କର ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଗଗନ ଚନ୍ଦ୍ର ମଲ୍ଲିକ,ସମାଜସେବୀ ଡା. ଗୋପବନ୍ଧୁ ବେହେରା, ଏସ. କେଶବ ଲିଙ୍ଗମ, ଏସ, ସlମ୍ବଶିବା ରାଓ, ଗୌରୀ ଶଙ୍କର ମହାନ୍ତି, ଶିକ୍ଷକ ସଂଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ସମାଜସେବୀ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ