ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସହିଦ ଦିବସ ପାଳନ
ବ୍ରହ୍ମପୁର,(ଅନିଲ କୁମାର):ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଏମକେସିଜି ମେଡିକାଲ କଲେଜ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୨୪ତମ ସହିଦ ଦିବସ ପାଳନ ହୋଇଯାଇଛି l ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ସହିଦ ବିର୍ସା ମୁଣ୍ଡାଙ୍କ ଉଧେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ମୁଣ୍ଡା ବିଦ୍ରୋହର ପ୍ରାଣ ପ୍ରତିଷ୍ଠାତା ସେନାପତି ବିରସା ମୁଣ୍ଡା ଭଗବାନ ବିର୍ସା ମୁଣ୍ଡା ଭାବେ ଜଣାଶୁଣା l ମହାଜନ, ଜମିଦାର ଓ ବ୍ରିଟିଶ ଶାସକ ମାନଙ୍କ ଅତ୍ୟାଚାର ଓ ଦମନକୁ ଲୋପ କରି ମୁଣ୍ଡାରାଜ ପ୍ରତିଷ୍ଠା ପାଇଁ ବିର୍ସା ମୁଣ୍ଡା ବ୍ୟାପକ ପ୍ରସ୍ତୁତି କରିଥିଲେ l ଆଦିବାସୀ ଓ କୃଷକ ମାନଙ୍କ ଜୀବନ -ଜୀବିକା ଉପରେ ବିଦେଶୀ ହସ୍ତକ୍ଷେପ ଓ ଆକ୍ରମଣର ପରିଣାମ ସ୍ୱରୂପ ବିର୍ସାଙ୍କ ନେତୃତ୍ୱରେ ଏହି ଗଣବିଦ୍ରୋହ ଅନୁଷ୍ଠିତ ହୋଇଥିଲା l ଛୋଟନାଗପୁର ଅଂଚଳରେ ମୁଣ୍ଡା ଜମି ଓ ଜଙ୍ଗଲ, ମିଶନାରୀ, ଜମିଦାର, ବ୍ରାହ୍ମଣ, ମହାଜନଙ୍କ ଶୋଷଣ ୧୮୮୫ରେ ଭୂମି ଆଇନ ଜାରି ନେଇ ସ୍ୱତନ୍ତ୍ର ମୁଣ୍ଡା ରାଜ୍ୟ ଗଠନର ସ୍ୱର ଉଠିଲା ଓ ଜାଗିରଦାରୀ ବିରୋଧରେ ସଂଗ୍ରାମ ଚାଲୁ ହେଲା l କୁସଂସ୍କାର ବିରୋଧରେ ପ୍ରଚାର କରାଗଲା l ମୁଣ୍ଡାଙ୍କ ସଚେତନ ମୂଳକ ଲଢେଇକୁ ବ୍ରିଟିଶ ପ୍ରବଳ ମାତ୍ରାରେ ଭୟ କଲା l ବିର୍ସାଙ୍କୁ ଧରିବାପାଇଁ ପୁଲିସ ଅନେକ ଗୁପ୍ତଚର ଓ ବିଶ୍ୱାସଘାତକଙ୍କୁ ନିଯୁକ୍ତି କଲା l ବିରସାଙ୍କୁ ଧରି ଦେଲେ ୫୦୦ଟଙ୍କା ପୁରସ୍କାର ମଧ୍ୟ ବ୍ରିଟିଶ ଘୋଷଣା କରିଥିଲା l ଏହି ଲଢେଇକୁ ଦମନ କରିବାପାଇଁ୧୯୦୦ମସିହା, ଫେବୃଆରୀ ୩ ତାରିଖରେ ବିର୍ସାଙ୍କ ସମେତ ୮୫୧ଜଣ ଆଦିବାସୀଙ୍କୁ ପୋଲିସ ଗିରଫ କଲା l ବିଚାରରେ ୩ଜଣଙ୍କୁ ଫାଶୀ ଦିଆଗଲା l ୪୦ଜଣଙ୍କୁ ସାରାଜୀବନ ଜେଲ ଦଣ୍ଡ ମିଳିଥିଲା ଓ ଅନ୍ୟ ମାନଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଦିଆଗଲା l ୧୯୦୦ ମସିହା, ଜୁନ ମାସ ୯ତାରିଖରେ ଆରସାନିକ ବିଷ ପ୍ରୟୋଗ କରି ବିର୍ସାଙ୍କୁ ବ୍ରିଟିଶ କାରାଗାରରେ ମାରିଦେଇଥିଲା l ହେଲେ ଲକ୍ଷ ଲକ୍ଷ ଆଦିବାସୀ ତଥା ଜନ ସାଧାରଣ ବିର୍ସାଙ୍କ ନାଁ ଶୁଣି ଆଜି ପ୍ରେରଣା ପାଉଛନ୍ତି l ମୁଣ୍ଡା ଆନ୍ଦୋଳନର ଫଳ ସ୍ୱରୂପ ଆଜି ଆଦିବାସୀମାନେ ନିଜ ଅଧିକାର ହାସଲ ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି l ଆଜିର ସ୍ମୃତି ସଭାରେ ବି. ଭଗବତୀ ରାଓ,ସୁରେନ୍ଦ୍ର ନାଥ ପଣ୍ଡା,ରାମଚନ୍ଦ୍ର ସାହାଣୀ, ରମେଶ କୁମାର ଗୋୟଲ, ଜୟକୃଷ୍ଣ ନାୟକ,ଜଟେଶ୍ୱର ସାବତ,ନୀଳାଦ୍ରି ଭୂଷଣ ନାୟକ, ସୋମନାଥ ସାମନ୍ତରାୟ, ସନ୍ତୋଷ କୁମାର ପାଢ଼ୀ, ପି. ଶଙ୍କର ରାଓ, ଡା. ରାଜେନ୍ଦ୍ର କୁମାର ତ୍ରିପାଠୀ,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଜୟକୃଷ୍ଣ ନାୟକ, ପୂର୍ଣ୍ଣ ଚନ୍ଦ୍ର ମହାରଣା,ଅଳକା ନାଥ ମିଶ୍ର,ପ୍ରଶାନ୍ତ କୁମାର ପଣ୍ଡା,ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର ଧନ୍ୟବାଦ ଜଣାଇଥିଲେ l