ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ ଉପରେ ଆଲୋଚନାଚକ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା-ଯାଜପୁର ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ଇନ୍ଦୁପୁର ଗୋପବନ୍ଧୁ ପାଠାଗାରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷାବିତ ନୀଳମାଧବ ପତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଇନ୍ଦୁପୁର ପଞ୍ଚାୟତ ର ସରପଞ୍ଚପ୍ରଦୀପ୍ତରଞ୍ଜନ ସୂତାର, ସଂସଦର ଆବାହକ ମୁରଲୀଧର ବିଶ୍ୱାଳ, ଶିକ୍ଷାବିତ ପ୍ରଣବ କୁମାର ଜେନା, ବାନାମ୍ବର ସେଠୀ, ଦୁଷ୍ମନ୍ତ କୁମାର ମଲିକ, ଅନାଦି ଚରଣ ଦାସ, ପଦ୍ୟୁମ୍ନ କୁମାର ମଲିକ, ବଳରାମ ଦାସ, ପ୍ରକାଶ ଜେନା ପ୍ରମୁଖ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ପଣ୍ଡିତ ଦାସ କେବଳ ଓଡିଶାର ମଣି ନଥିଲେ ପରନ୍ତୁ ଭାରତବର୍ଷର ମଣି ଥିଲେ ବୋଲି ଅଭିମତ ରଖିବା ସହ ଆଜିବି ଓଡିଶାର ସାଢେ ଚାରିକୋଟି ଜନତାଙ୍କ ହୃଦୟରେ ସେ ଅଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନେନ୍ଦ୍ର କୁମାର ବାରିକ, ଗୈାରାଙ୍ଗ ଚରଣ ସାହୁ, ଶ୍ରଦ୍ଧାଞ୍ଜଳି ମଳିକ, ତୁଷାରରଞ୍ଜନ ନାୟକ, ପ୍ରମଥ ପ୍ରସାଦ ରାୟ, ବିଜନ କୁମାର ମଲିକ, ଦୈାତାରୀ ସାହୁ, ଶିବ ପ୍ରସାଦ ସିଂହ, କମଳ କୁମାର ଜେନା, ନିତ୍ୟାନନ୍ଦ ଜେନା, ମନୋଜ କୁମାର ବିହାରୀ, ବିଜୟ କୁମାର ମଲିକ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ । ଶେଷରେ ବେଣୁଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।