ପୂରାତନ ଛାତ୍ର ସଙ୍ଗଠନ ତରଫରୁ ଉତ୍କଳ ଦିବସ ସହ ଅମୂଲ୍ୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ ) : ସାରା ରାଜ୍ୟରେ ଆଜି 83 ତମ ପବିତ୍ର ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଏହି ଉତ୍ସବକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୂରାତନ ଛାତ୍ର ସଙ୍ଗଠନ I ଆଜି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପୁରାତନ ଛାତ୍ର ସଂଗଠନ ଅଧ୍ୟକ୍ଷ ଗୋରାଚାନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ସ୍ମୃତିରେ ଅମୂଲ୍ୟ ପ୍ରତିଭା ଅନ୍ଵେଷଣ ନାମରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ଯତେ ସଙ୍ଗୀତ,ବକ୍ତୃତା ଏବଂ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା I ସମସ୍ତ ପ୍ରତିଯୋଗିତାକୁ ପୁରାତନ ଛାତ୍ର ଛାୟାକାନ୍ତ ମହାପାତ୍ର,ଅଜୟ ସାହୁ, ଚିନ୍ମୟ ପୋଲାଇ ଏବଂ ଆରତୀ ପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ବି.ଗୋବିନ୍ଦା ରାଓ ଏବଂ ରାଜେନ୍ଦ୍ର ଡାକୁଆଙ୍କ ସମେତ ପୁରାତନ ଛାତ୍ର ସ୍ଵସ୍ତି ସୁନ୍ଦର୍ ସିୟ,ତରଣୀସେନ ସେଠୀ,ରମେଶ୍ ଚନ୍ଦ୍ର ସାହୁ,ସୂର୍ଯ୍ୟନାରାୟଣ ସାହୁ, ଗୋପାଳ କୃଷ୍ଣ ସ୍ୱାଇଁ ଏବଂ ଶିଶିର କୁମାର ସ୍ଵାଇଁ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ I ଅନୁଷ୍ଠିତ ସଙ୍ଗୀତ ପ୍ରତିଯୋଗିତାରେ ଆଦର୍ଶ କୁମାର ସ୍ୱାଇଁ, ଚିନ୍ମୟ ପ୍ରସାଦ ପରିଡ଼ା, ଆରତୀ ନାଇକ, ଶୁଭଶ୍ରୀ ମହାନ୍ତ, ତର୍କ ପ୍ରତିଯୋଗିତାରେ ଗୁଣାମ୍ବରୀ ଲେଙ୍କା, ଶିବ ପ୍ରସାଦ ଦାସ, ପ୍ରକୃତି ମହାନ୍ତି ଏବଂ ବକ୍ତୃତା ପ୍ରତିଯୋଗିତାରେ ଶୁଭାଶିଷ ମହାନ୍ତି, ଜ୍ୟୋତିରାଣୀ ଗୌଡ଼ ଓ କାର୍ତ୍ତିକେଶ୍ୱର ନାହାକ କୃତିତ୍ୱ ହାସଲ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ଅଧ୍ୟାପକ ଡ଼କ୍ଟର୍ ରାଜେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍କଳ ଦିବସ ଓ ଆଜିର ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଓଡ଼ିଶା ଶିକ୍ଷା ଆକାଶରେ ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ଦାସ୍ ଏକ ଅମ୍ଳାନ ଜ୍ୟୋତିଷ୍କ ବୋଲି ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତାଭାବେ ଗାଲେରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଜେନା ଯୋଗ ଦେଇ ପୁରାତନ ଛାତ୍ର ସଂଗଠନ ହିଁ ପ୍ରତ୍ଯେକ ଅନୁଷ୍ଠାନର ମେରୁଦଣ୍ଡ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୁଞ୍ଜବିହାରୀ ନାୟକ,ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ପୁରାତନ ଛାତ୍ର ସଂଗଠନ ଉପସଭାପତି ତଥା ନାଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ I ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ର ସଂଗଠନ ସଦସ୍ୟ ରାମଚନ୍ଦ୍ର ମହାନ୍ତି, ମୂନେନ୍ଦ୍ର ପରିଡ଼ା, ମାଣିକ ବଳ, ଦୀପ୍ତିମୟୀ ଲେଙ୍କା, ସରୋଜ ଲକ୍ଷ୍ମୀ ଦାଶ, ଡମ୍ବରୁ ସାହୁ,ବିଭୁପାଦ ଜେନାଙ୍କ,ସମାଜସେବୀ ସୁରେନ୍ଦ୍ର ଦାସ, ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ସମେତ କ୍ଷତ୍ରିୟବରପୁର ଉଭୟ ମହାବିଦ୍ୟାଳୟର ବହୁ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ପୁରାତନ ଛାତ୍ର ସଂଗଠନ ସମ୍ପାଦକ ଦିବ୍ୟ ଲୋଚନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ