ପୂର୍ଣ୍ଣବ୍ରହ୍ମ

ଦାରୁବ୍ରହ୍ମ ସିଏ
ବ୍ରହ୍ମର ପ୍ରତୀକ
ବିଶ୍ଵବ୍ରହ୍ମାଣ୍ଡ ସ୍ଵରୂପ,
କେତେବା କାଢିବ
କେତେବା ଭରିବ
ସେତ ପୂର୍ଣ୍ଣବ୍ରହ୍ମ ରୂପ ।

ବେଶରେ ଆକାର
ଭ୍ରମ କରେ ଦୂର
ସର୍ବୋପରି ନିରାକାର,
ଯୁଗେ ଯୁଗେ ସିଏ
ଲୀଳା ରଚିଛନ୍ତି
ମର୍ତ୍ତ୍ୟେ ବହି ଅବତାର ।

ଦଶ ଅବତାର
ତାଙ୍କରି ସ୍ଵରୂପ
ସ୍ଥାନ କାଳ ପାତ୍ର ସେହି,
ତାଙ୍କରି ବିଚାରେ
ନାସେ ଅବିଚାର
ଧର୍ମ ସଂସ୍ଥାପନା ପାଇଁ ।

ସର୍ବେ ଅସହାୟ
କାଳର ସ୍ରୋତରେ
ହଜିଯାଏ ଚିହ୍ନବର୍ଣ୍ଣ,
ଯିଏ ନିରାକାର
ସିଏ ହିଁ ସାକାର
ବର୍ଣ୍ଣିବାକୁ କାହିଁ ଜ୍ଞାନ ।

ଏ ବିଶ୍ଵବ୍ରହ୍ମାଣ୍ଡ
ସିଏ ଗଢିଛନ୍ତି
ନିଜେ ଅଧାଗଢା ହୋଇ,
ଶ୍ରୀକ୍ଷେତ୍ର ପୁରୀରେ
ଅଧାଗଢା ଦିଅଁ
ପୂର୍ଣ୍ଣ ସିଏ ଶୂନ୍ୟ ହୋଇ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ