ପୂର୍ଣ୍ଣ ଚନ୍ଦ୍ରଙ୍କ ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ସାମାଜିକ କର୍ମୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପୋଡାପାଟଣା ଗ୍ରାମର ଅସହାୟ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଦ୍ରକ ବରପଦା ଅଞ୍ଚଳର ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ଅନୁରୋଧ କରିଛନ୍ତି । ପୂର୍ଣ୍ଣ ଚନ୍ଦ୍ର ଜଣେ ଦିନ ମଜୁରିଆ ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ଏବେ ୫୦ ବର୍ଷ ଛୁଇଲାଣି । ଘର ଡିହକୁ ଛାଡି ଦେଲେ ତାଙ୍କର କୌଣସି ଚାଷ ଜମି ନାହିଁ । ପତ୍ନୀ ଓ ଦୁଇ ଝିଅକୁ ନେଇ ତାଙ୍କ ପରିବାର । ପତ୍ନୀ ପରର ମୂଲ ଲାଗି ପରିବାର ଚଳାଉଛନ୍ତି । ଗତ ୫ ବର୍ଷ ହେବ ସେ ଟିବି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଅର୍ଥାଭାବରୁ ଘରେ ପଡି ରହିଛନ୍ତି । ରାଜ୍ୟ ସରକାର ସହାୟତା ପ୍ରଦାନ କଲେ ପୂର୍ଣ୍ଣ ଚନ୍ଦ୍ର ଭଲ ହୋଇପାରନ୍ତେ ବୋଲି ସାମାଜିକ କର୍ମୀ ନିବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖତ ଅନୁରୋଧ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ