ପୂର୍ଣ୍ଣ ଚନ୍ଦ୍ରଙ୍କ ଚିକିତ୍ସା ଲାଗି ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୋଡାପାଟଣା ଗ୍ରାମର ଅସହାୟ ତଥା ଟିବି ଓ ଆଜମା ରୋଗରେ ପିଡିତ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ନାୟକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ପ୍ରକାଶ ଥାଉକି, ସଂପୃକ୍ତ ଗ୍ରାମର ଅସହାୟ ବ୍ୟକ୍ତି ପୂର୍ଣ୍ଣ ଚନ୍ଦ୍ର ଦୀର୍ଘ ଦିନ ହେବ ଟିବି ଓ ଆଜମା ରୋଗରେ ପିଡିତ ଥିବା ବେଳେ ଅର୍ଥାଭାବ ଯୋଗୁ ଚିକିତ୍ସିତ ହୋଇପାରୁନଥିଲେ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟୁଇଟ୍ କରି ଅଭିଯୋଗ କରିଥିଲେ । ଫଳସ୍ୱରୂପ ସ୍ୱାସ୍ଥ୍ୟ ମନ୍ତ୍ରୀ ସଂପୃକ୍ତ ରୋଗୀଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇବାକୁ ସିଡିଏମଓଙ୍କୁ ଟୁଇଟ୍ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂପୃକ୍ତ ରୋଗୀ ସିଡିଏମଓଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦିଆଯାଇଛି