ପୂର୍ତ୍ତ ବିଭାଗ ରାସ୍ତାରେ ଗର୍ତ୍ତ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ କନ୍ତିଆ ଠାରୁ ରାନ୍ଦିଆ ଫେକର ଭାୟା ନାରାୟଣପୁର ପୂର୍ତ୍ତ ବିଭାଗ ରାସ୍ତାର ରୁପୁଡି ଛକ ଠାରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ସାଧାରଣଲୋକେ ଯାତାୟତରେ ସମସ୍ୟା ଭୋଗୁଛନ୍ତି । ଉକ୍ତ ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ଉକ୍ତ ରାସ୍ତା ଉପରେ ରାମପୁର, ରାମକୃଷ୍ଣପୁର, ଗଣିଜାଙ୍ଗ ପଞ୍ଚାୟତର ଲୋକ ମାନେ ନିର୍ଭର କରିଥାନ୍ତି । ବିଶେଷକରି ଉକ୍ତ ରାସ୍ତା ଦେଇ ପ୍ରତ୍ୟେହ ଦିନ ଶତାଧିକ ସ୍କୁଲ ପିଲା, ବୃଦ୍ଧବୃଦ୍ଧା ଯିବା ଆସିବା କରିଥାନ୍ତି । କପାଳୀ ରୋଡ ଓ କେନ୍ଦୁଆପଦା ରେଳ ଷ୍ଟେସନକୁ ଏହି ରାସ୍ତା ଦେଇ ଲୋକ ମାନେ ଯାତାୟତ କରିଥାନ୍ତି । ସେହିପରି ଉକ୍ତ ରାସ୍ତା ଦେଇ ରାମକୃଷ୍ଣପୁର, ରାମପୁର ଆଦି ପଞ୍ଚାୟତର ଲୋକମାନେ ଦୈନନ୍ଦିନ ଗଣିଜାଙ୍ଗ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଆସିଥାନ୍ତି । ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗର୍ତ୍ତକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ