ପୂର୍ତ୍ତ ବିଭାଗ ରାସ୍ତାରେ ନବ ନିର୍ମିତ ନାଳ ପୋଲ ବିପଦମୁଁହା
ଢେଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଭାଲୁମୁଣ୍ଡା ଛକରୁ ଏକ ପୂର୍ତ୍ତ ବିଭାଗ ରାସ୍ତା ରହିଛି । ଏହି ରାସ୍ତାଟି କୁମୁସି,ସାଆନ୍ଦା,ଚାନ୍ଦପୁର ଗ୍ରାମ ସମେତ ଅନ୍ୟ କେତେକ ଗାଁ ପାଖ ଦେଇ କାମାକ୍ଷାନଗର ଦିଗରୁ ଢେ଼ଙ୍କାନାଳ ଦିଗକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ସହିତ ସଂଯୋଗ ହୋଇଛି । ପ୍ରାୟ ୩୫ କିଲୋମିଟର ଦୂରତା ବିଶିଷ୍ଟ ଭାଲୁମୁଣ୍ଡା ଛକରୁ ଆଲୁଅଝରଣ ପର୍ଯ୍ୟନ୍ତ ରହିଥିବା ରାସ୍ତାଟି ବିଗତ ଦିନରେ ମରାମତି ଅଭାବରୁ ଅତି ଦୟନୀୟ ଅବସ୍ଥାରେ ରହିଥିଲା । ଯାହା ଫଳରେ ରାସ୍ତାରେ ଉଭୟ ଦିଗକୁ ଯାତାୟତ କରୁଥିବା ପଥଚାରୀ ଓ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିଲା । ରାସ୍ତାଟି ପୁନଃରୁଦ୍ଧାର କରିବା ପାଇଁ ଆଜକୁ ୨ ବର୍ଷ ପୂର୍ବେ ତତ୍କାଳୀନ ସରକାର ସମୟରେ ଅର୍ଥ ମଞ୍ଜୁର କରାଯାଇ ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଉକ୍ତ ରାସ୍ତା ଉପରେ ଅଧିକାଂଶ ଛୋଟ ବଡ ନାଳ ଥିବାରୁ ଏହାରି ଉପରେ ନୂତନ ପୋଲ ନିର୍ମାଣ କରାଯାଇଛି । ରାସ୍ତାଟି ଆଜି ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇନଥିବା ବେଳେ ଭାଲୁମୁଣ୍ଡା ଛକରୁ ସାଆନ୍ଦା ଦିଗକୁ ଯିବା ରାସ୍ତାର ଅଁଳାକଟା ଓ ବସନ୍ତପଡ଼ା ଗ୍ରାମ ପାଖରେ ବାଘୁଆବୋଲ୍ ନାମରେ ଏକ ନାଳ ରହିଛି । ଏହି ନାଳ ଉପରେ ୨ ବର୍ଷ ପୂର୍ବେ ନବ ନିର୍ମିତ ଏକ ପୋଲ ନିର୍ମାଣ କରାଯାଇଛି । ପୋଲ ନିର୍ମାଣ ହେବାର ୨ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ଏହି ପୋଲ ଉପରେ ବିଛା ଯାଇଥିବା ରଡ଼ ସବୁ ଉପରମୁଁହା ହୋଇ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ପୋଲ ଉପରେ ଉଭୟ ଦିଗକୁ ଛୋଟ ବଡ ଗାଡ଼ି,ଯାତ୍ରୀବାହୀ ବସ୍ ଓ ଅଧିକାଂଶ ସମୟରେ ମାଲବାହୀ ଗାଡ଼ି ଯାତାୟତ କରୁଥିବା ବେଳେ ବର୍ତ୍ତମାନ ଏହି ରାସ୍ତା କାର୍ଯ୍ୟ ନସରୁଣୁ ନବ ନିର୍ମିତ ପୋଲଟି ସମସ୍ତଙ୍କ ପାଇଁ ବିପଦର ବନ୍ଧୁ ସାଜିଲାଣି ପୋଲ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଅନ୍ୟ ଦିଗରେ ଏପରି ନିମ୍ନମାନର କାର୍ଯ୍ୟକୁ ନେଇ ଅଞ୍ଚଳବାସୀ ନା ପସନ୍ଦ କରିଛନ୍ତି । ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଏଥି ପ୍ରତି ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏଥି ପ୍ରତି ବେଳଥାଉ ସଜାଗ ନହେଲେ ଆଗାମୀ ଦିନରେ କୌଣସି ଅପ୍ରୀତିକର ଘଟଣା ଘଟିବା ଏକ ପ୍ରକାର ଆଶଙ୍କା ଦେଖାଦେଇଛି ।