ପୂର୍ବଖଣ୍ଡ ତାଲୁକା ପୁରୋହିତ ବ୍ରାହ୍ମଣ ସମାଜ କର୍ମକର୍ତା ମନୋନୀତ

ହିିଞ୍ଜିଳିକାଟୁ , (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ପୂର୍ବଖଣ୍ଡ ତାଲୁକା ପୁରୋହିତ ବ୍ରାହ୍ମଣ ସମାଜର ଏକ ବୈଠକ ସ୍ଥାନୀୟ ପୌରାଂଚଳ ବି. ନୂଆଁଗଡ଼ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି । ତାରିଣି ଚରଣ ତ୍ରିପାଠିଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅଭିମନ୍ୟୁ ପାଢି ବେଦପାଠ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ବୈଠକରେ ପୁରୋହିତ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ ସଂଘକୁ ପଂଜିକରଣ କରାଯିବା ସକାଶେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପରିଶେଷରେ ପୁରୋହିତ ସମାଜର କଲ୍ୟାଣ ସକାଶେ ଏକ କର୍ମକର୍ତା ମନୋନିତ କରାଯାଇଥିଲା । ସଭାପତି ଭାବେ ଶଙ୍କର୍ଷଣ ପାଢି, ଉପସଭାପତି ଭାବେ ନିଳାମ୍ବର ପାଢି, ସମ୍ପାଦକ ଭାବେ କୌଳାସ ଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ଅଖିଳାନନ୍ଦ ତ୍ରିପାଠି, କୋଷାଧ୍ୟକ୍ଷ ରାମକୃଷ୍ଣ ପାଢି ଓ ସହ କୋଷାଧ୍ୟକ୍ଷ ଭାବେ ଜୟକୃଷ୍ଣ ପାଢିଙ୍କୁ ସର୍ବସମ୍ମତିସ କ୍ରମେ ମନୋନୀତ କରଯାଇଥିଲା । ଅନୁରୂପ ଭାବେ ସମାଜର ପରାମର୍ଶଦାତା ଭାବେ ଏକ ୭ ଜଣିଆ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ତାରିଣି ଚରଣ ତ୍ରିପାଠି, ଶରତ ଚନ୍ଦ୍ର ଷଡ଼ଙ୍ଗି, ଅଭିମନ୍ୟୁ ପାଢି, ଲକ୍ଷ୍ମି ନାରାୟଣ ତ୍ରିପାଠି, ବିପ୍ର ଚରଣ ପାଢି, ସୂର୍ଯ୍ୟ ନାରାୟଣ ପଣ୍ଡା ଓ ନରସିଂହ ପାଢିଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠି, ବିମଳ କୁମାର ଖାଡ଼ଙ୍ଗା, ସୁଶାନ୍ତ କୁମାର ପାଢି, ଲଡ଼ୁକିଶୋର ପାଢି, ସୁଧିର କୁମାର ପାଢି, ପ୍ରଦୀପ କୁମାର ପାଢି, କିଶୋର ଚନ୍ଦ୍ର ପାଠି, ହରିକୃଷ୍ଣ ପାଢି, ବିନୋଦ କୁମାର ମିଶ୍ର, ମନୋହର ଷଡ଼ଙ୍ଗି, ଅରୁଣ କୁମାର ସାମନ୍ତରାଙ୍କ ସମେତ ସ୍ଥାନୀୟ ବ୍ଳକର ଶତାଧିକ ପୁରୋହିତ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ