ପୂର୍ବଖଣ୍ଡ ତାଲୁକା ପୁରୋହିତ ବ୍ରାହ୍ମଣ ସମାଜର ସାଧାରଣ ବୈଠକ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ପୂର୍ବଖଣ୍ଡ ତାଲୁକା ପୁରୋହିତ ବ୍ରାହ୍ମଣ ସମାଜର ଏକ ବୈଠକ ସ୍ଥାନୀୟ ବ୍ଳକ ନୂଆଁ ବୁରୁପୋଡ଼ା ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସମାଜର କୂଳ ସଭାପତି ଶଙ୍କର୍ଷଣ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଣ୍ଡିତ ସୂର୍ଯ୍ୟ ନାରାୟଣ ପଣ୍ଡା ବେଦପାଠ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ବୈଠକରେ ପୁରୋହିତ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଗାମି ଦିନରେ ଶକ୍ତିପିଠ ମା’ ତରାତାରିଣୀଙ୍କ ପିଠରେ ଏକ କୋଠଘର ନିର୍ମାଣ କରାଯିବା ସହ ପୂର୍ବଖଣ୍ଡ ତାଲୁକା ପୁରୋହିତ ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ବ୍ରାହ୍ମଶ ଶାସନ ଗ୍ରାମରେ ସ୍ୱଛ ଭାରତ କାର୍ଯ୍ୟକ୍ରମ, ବନୀକରଣ ଓ ଗରିବ ବ୍ରାହ୍ମଣ ଶିଶୁଙ୍କୁ ମାଗଣାରେ ବ୍ରତ କାର୍ଯ୍ୟ କରିବା ସକାଶେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଆୟୋଜିତ ବୈଠକରେ ଉପସଭାପତି ନିଳାମ୍ବର ପାଢି, ସମ୍ପାଦକ କୌଳାସ ଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ଅଖିଳାନନ୍ଦ ତ୍ରିପାଠି, କୋଷାଧ୍ୟକ୍ଷ ରାମକୃଷ୍ଣ ପାଢି ଓ ସହ କୋଷାଧ୍ୟକ୍ଷ ଜୟକୃଷ୍ଣ ପାଢି, ପ୍ରମୋଦ କୁମାର ତ୍ରିପାଠିଙ୍କ ସମେତ ପୂର୍ବଖଣ୍ଡ ତାଲୁକା ପୁରୋହିତ ବ୍ରାହ୍ମଣ ସମାଜର ବହୁ ପୁରୋହିତ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।