ପୂର୍ବଖଣ୍ଡ ସାତପଲ୍ଲୀ ବାଣାୟତ ଓଡ଼ିଆ ସମାଜର ନିର୍ବାଚନ ମହାସଭା
ହିଞ୍ଜିଳିକାଟ (ଶେଷଦେବ ସାହୁ) : ପୂର୍ବଖଣ୍ଡ ସାତପଲ୍ଲୀ ବାଣାୟତ ଓଡ଼ିଆ ସମାଜର ଏକ ନିର୍ବାଚନ ମହାସଭା ରବିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ବ୍ଳକ ନୁଆଁ ବୁରୁପଡ଼ା ପଂଚାୟତ ଅଧିନସ୍ଥ ମା’ ଶ୍ୟାମଳାଇ ମନ୍ଦିର ପ୍ରାଙ୍ଗଣରେ ତାଲୁକା ଉପଦେଷ୍ଟା ସିମାଂଚଳ ପୋଲାଇଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପୂର୍ବଖଣ୍ଡ ସାତପଲ୍ଲୀ ବାଣାୟତ ଓଡ଼ିଆ ସମାଜର ରାଜ୍ୟ ସଭାପତି ସନ୍ତୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗଂଜାମ ଜିଲ୍ଲା ବାଣାୟତ ଓଡ଼ିଆ ସମାଜର ସଭାପତି ଗର୍ନ୍ଧବ ପ୍ରଧାନ, ସମାଜର ରାଜ୍ୟ ନିର୍ବାଚନ ଅଧିକାରୀ ଉଦୟନାଥ ପ୍ରଧାନ ମଂଚାସୀନ ଥିଲେ । ସମ୍ପାଦକ ସୁବାଷ ଚନ୍ଦ୍ର ପୋଲାଇ ଅତିଥି ପରିଚୟ ସହ କୁଳ ସମାଜର ବାର୍ଷିକ ବିବରଣୀ ପାଠ କରିଥିଲେ । ବୈଠକରେ କୂଳର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଅପରାହ୍ନରେ ୨ୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂର୍ବଖଣ୍ଡ ସାତପଲ୍ଲୀ ବାଣାୟତ ଓଡ଼ିଆ ସମାଜର କର୍ମକର୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ସିମାଂଚଳ ପୋଲାଇ, ଉପସଭାପତି ଭାବେ ବିଜୟ ମଲ୍ଲିକ, ଶରତ ଚନ୍ଦ୍ର ପୃଷ୍ଟି, ସାଧାରଣ ସମ୍ପାଦକ ଭାବେ ନନ୍ଦ କିଶୋର ସ୍ୱାଇଁ, ସହ ସମ୍ପାଦକ ଭାବେ ବିଜୁଳି ସାମଲ, ସଙ୍ଗଠନ ସମ୍ପାଦକ ଭାବେ ପବିତ୍ର ଜେନା ଓ ଯୁଧିଷ୍ଟିର ସ୍ୱାଇଁ , କୋଷାଧକ୍ଷ ଭାବେ ରଂଜନ ପୃଷ୍ଟି, ସମୀକ୍ଷକ ଭାବେ କମଳ ଲୋଚନ ନାୟକ, ଉପଦେଷ୍ଟା ଭାବେ ସିମାଂଚଳ ମାଝିଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୁଳ ସମାଜର ବହୁ ସଭ୍ୟ ଉପସ୍ଥିତ ଥିଲେ ।


