ପୂର୍ବଛାତ୍ର ଏକତ୍ରୀକରଣ “ବନ୍ଧନ ୨୦୨୦”

ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବଛାତ୍ର ତଥା ୨୦୧୭-୧୮ ବ୍ୟାଚ୍‌ର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଏକତ୍ରୀକରଣ ହୋଇ ଏକ ଭୋଜିର ଆୟୋଜନ କରିଥିଲେ । ଏହି ଉପଲକ୍ଷେ ଏକ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋଜ ରଂଜନ ସେଠି, ସଂପାଦକ ଡଃ ଦେବଦତ୍ତ ସାମନ୍ତରାୟ, ପ୍ରାକ୍ତନ ଛାତ୍ର ବଜରଙ୍ଗୀ ଭାଇଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ଏବଂ ଗୁରୁଜୀ/ଗୁରୁମା ମାନେ ଯୋଗ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭବିଷ୍ୟତର ମର୍ଗ ବିଷୟରେ ଆଲୋଚନା କରିଥିଲେ । ପ୍ରାକ୍ତନ ଛାତ୍ର କମଳ ଲୋଚନ ପରିଡା, ସାଇରାଜ ପିନାକୀ ରାଉତ ଏବଂ ସ୍ମୃତିସ୍ମରଣୀକା ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ସୌମ୍ୟ ରଂଜନ ଦାସ, ସ୍ମୃତି ରଂଜନ, ସତ୍ୟଜିତ, ସାହିଲ୍‌, ପ୍ରିୟବ୍ରତ, ଶୁଭେନ୍ଦୁ ପ୍ରମୁଖ ଛାତ୍ରମାନଙ୍କୁ ଏକତ୍ରୀକରଣ କରିବାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ