ପୂର୍ବତଟ ରେଲୱେ ତରଫରୁ ରେଳସୁରକ୍ଷା ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ଦୁର୍ଗାମାଧବ ପାଣିଗ୍ରାହୀ):ଗଞ୍ଜାମ ବ୍ଳକ ଅନ୍ତର୍ଗତ କାଇଞ୍ଚପୁର ପାଞ୍ଚୟତର ସ୍କୁଲ ପରିସରରେ ଛତ୍ରପୁର ଆରପିଏଫ୍ ତରଫରୁ ଏକ ରେଳ ସୁରକ୍ଷା ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଳଲାଇନ ପାର୍ଶ୍ୱରେ ଥିବା ଗ୍ରାମ ଗୁଡିକରେ ଆଜି ଠାରୁ ଆରମ୍ଭ ହୋଇ ତିରିଶ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମରେ କାଇଞ୍ଚପୁର ପାଞ୍ଚୟତରେ ସ୍ଥାନୀୟ ସରପଞ୍ଚ ଜି.ସନ୍ତୋଷ ରେଡି ଯୋଗଦେଇ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ରେଳବିଭାଗର ଏଭଳି ନିୟାର ପ୍ରୟାସ ଦ୍ୱାରା ଲୋକମାନେ ସଚେତନ ହୋଇପାରିବେ ବୋଲି କହିଥିଲେ । ଆରପିଏଫ୍ -ଏସ.ଆଇ -ଏଲ.ବି.ସିଂ , ଏ.ଏସ.ଆଇ-ଏସ.ଏ. ପାତ୍ର ଯୋଗଦେଇ ରେଳବିଭାଗ ତରଫରୁ ଲୋକଙ୍କ ଜରୁରି କାଳୀନ ସହାୟତା ପାଇଁ ୧୮୨ ନମ୍ବର କୁ ଡାଇଲ କଲେ ସମସ୍ତ ପ୍ରକାର ସହଯୋଗ ମିଳିପାରିବ କହିଥିଲେ । ରେଳଲାଇନ ପାର୍ଶରେ ଝାଡା ନ ଫେରିବା, ରେଳଲାଇନ କ୍ରସ କରିବା ସମୟ ରେ ସିଗ୍ନାଲ ଦେଖିବା, ବର୍ତ୍ତମାନ ଗାଡିର ବେଗ ପୂର୍ଵ ଅପେକ୍ଷା ଅଧିକ ବୃଦ୍ଧି ପାଇବ ସେଥିପାଇଁ ଚଢ଼ିବା ଓ ଓଲ୍ହାଉଥିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଥିଲେ । ଟ୍ରେନ ରେ ଯାତ୍ରା କରିବା ସମୟରେ ମାସ୍କ ବ୍ୟବହାର ନ କଲେ ଫାଇନ ପଡିବ ବୋଲି କହିବା ସହ ସମଦୁରତା ଅବଲମ୍ବନ ପାଳନ ପାଇଁ କହିଥିଲେ ।ଏହାକୁ କନେଷ୍ଟବଳ ହେଚ.ଏସ.ପଟ୍ଟନାୟକ, ପି.କେ.ନାୟକ ପରିଚାଳନା କରିଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ସଂଘ, ଅଙ୍ଗନବାଡି, ଆଶା, ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ