ପୂର୍ବତନମନ୍ତ୍ରୀ ଭାଗବତ ମହାନ୍ତିଙ୍କ ସ୍ମୃତିସଭା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା +୨ ସରକାରୀ ବିଜ୍ଞାନ କଲେଜ ପକ୍ଷରୁ କଲେଜର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତିସଭା ମଙ୍ଗଳବାର ପୂର୍ବାହ୍ନରେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା,ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଆୟବା ପଂଚାୟତ ସରପଂଚ ଗଗନବିହାରୀ ସାହୁ,ସମିତିସଭ୍ୟ ମନୋରଞ୍ଜନ ଦାସ,ସାସଂଦଙ୍କ ପ୍ରତିନିଧି ଆଲୋକ ସାହୁ,ସ୍ୱପ୍ନରଞ୍ଜନ ବେହେରା,ସମାଜସେବୀ ଅରବିନ୍ଦ ସ୍ୱାଇଁ,ଆୟବା ବିଜ୍ଞାନ କଲେଜ ଅଧ୍ୟକ୍ଷ ଧିରେନ କୁମାର ଦଳାଇ,ସୁବାଷ ସ୍ୱାଇଁ,ପୂର୍ବତନ ସରପଂଚ ଭାଷ୍କର ଚନ୍ଦ୍ର ସ୍ୱାଇଁ ଓ ଗୋବରୀ ହାଇସ୍କୁଲର ପୂର୍ବତନ ଶିକ୍ଷକ କାମପାଳ ଯେନା ପ୍ରମୁଖ ଯୋଗଦେଇ କଲେଜ ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହିତ ସୂର୍ଗତ ମହାନ୍ତିଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଥମେ ସୂର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ