ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଯୋଡ଼ା, (ସମୀର କୁମାର ଦାସ):ଜଣେ ଶିକ୍ଷକ ରୁ ପଦୋନ୍ନତି ପାଇ ଶେଷରେ ଜଣେ ଦକ୍ଷ ଶିକ୍ଷା ଅଧିକାରୀ ରୂପେ କେନ୍ଦୁଝର ଜିଲ୍ଲା ଠାରୁ ଆରମ୍ଭ କରି ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟନ୍ତ ନିଜର କର୍ମମୟ ଜୀବନ କୁ ସୁଚାରୁରୂପେ ସମ୍ପାଦନ କରି ଶେଷରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ରୁ ଅବସର ଗ୍ରହଣ କରିଥିବା ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର କର ଙ୍କୁ ଆଜି ଯୋଡ଼ା ବ୍ଲକ ର କିଛି ଶୁଭେଛୁ ଓ କାର୍ଯ୍ୟାଳୟ ର କର୍ମଚାରୀ ମାନେ ମିଳିତ ହୋଇ ଯୋଡ଼ା ମୁନସିପାଲିଟି ଅଧିନସ୍ଥ ହୀରାକୁଦ କଲୋନୀ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା. ଶ୍ରୀଯୁକ୍ତ କର ବୀଣାପାଣି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ପ୍ରଥମେ କାର୍ଯ୍ୟ କରିବା ପରେ ପରେ ପଦୋନ୍ନତି ପାଇ ଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷଧିକାରୀ ଭାବେ ପଦୋନ୍ନତି ପାଇଥିଲେ. ସେ ଜଣେ ମେଳାପୀ, କର୍ମଠ, ଜ୍ଞାନୀ ଶିକ୍ଷକ ଭାବେ ଯୋଡ଼ା ବଡ଼ବିଲ ରେ ସୁ ପରିଚିତ. ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ଓ ସାହାଯ୍ୟ କାରି ମନୋବୃତି ବଳରେ ଆଜି ଶିକ୍ଷକ ସମାଜରେ ସୁପରିଚିତ. ଦୀର୍ଘ ପଚାଶ ବର୍ଷ ରୁ ଅଧିକ ଦିନ ଧରି ବଡ଼ବିଲ ଠାରେ ନିଜ ଘରେ ରହି ଯୋଡ଼ା ବ୍ଲକ ରେ ସେ ଵି. ଆର. ସି. ଭାବେ କାର୍ଯ୍ୟ କରି ଥିବା ବେଳେ ଏହି ବ୍ଲକ ରୁ ପଦୋନ୍ନତି ପାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୋଇ ପାରିଥିଲେ. ପରେ ଆନନ୍ଦପୁର ବ୍ଲକ କୁ ବଦଳି ହୋଇ ସେଠାରେ ନିଜର କାର୍ଯ୍ୟ କୁ ସୁନ୍ଦର ଭାବେ ପରିଚାଳନା କରିଥିବାରୁ ସମସ୍ତ ଶିକ୍ଷକ ଙ୍କ ନିକଟରେ ଅତି ପରିଚିତ ହୋଇ ପାରିଥିଲେ. ଆଜି ଵି ଯୋଡ଼ା ବଡ଼ବିଲ ଭଳି ଆନନ୍ଦପୁର ଓ କୋଇଡା ବ୍ଲକ ରେ କର ସାର ନାମେ ସୁ ପରିଚିତ. ସେ ବଡ଼ବିଲ ଛାଡି ଭୁବନେଶ୍ୱର ରେ ନିଜର ଶେଷ ସମୟ ଅତିବାହିତ କରିବାକୁ ବଡ଼ବିଲ ଛାଡୁଥିବାରୁ ଆଜି ଯୋଡ଼ା ବ୍ଲକ ର ଶିକ୍ଷକ ଶ୍ରୀ ଧ୍ରୁବ ଚରଣ ପାତ୍ର, ଦୀନବନ୍ଧୁ ପତି, ସୁରେଶ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ସଂଜୀବ କେଶରୀ ମହାପାତ୍ର, ଶୁଭକାନ୍ତ ବେହେରା ଙ୍କ ଦ୍ୱାରା ଶ୍ରୀଯୁକ୍ତ କର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବନ୍ଧୁମିଳନ ପର୍ବ ଆୟୋଜନ କରାଯାଇ ଉପଢୌକନ ପ୍ରଦାନ କରାଯାଇ ଭବିଷ୍ୟତ କର୍ମମୟ ଜୀବନ ଓ ପାରିବାରିକ ଜୀବନ ସୁଖମୟ ହେଉ ବୋଲି ଭଗବାନ ଙ୍କ ନିକଟରେ ପ୍ରାଥନା କରାଯାଇଥିଲା. ଶେଷରେ ଶ୍ରୀଯୁକ୍ତn କର ତାଙ୍କର ଶେଷ କିଛି ପଦ କବିତା ମାଧ୍ୟମରେ ଆବୃତ୍ତି କରି ଶୁଭେଛୁ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ


