ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢ଼ୀଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପଦବୀକୁ ବଦଳି ଆଦେଶ ଦେବାପରେ ଶ୍ରୀ ପାଢ଼ୀଙ୍କୁ ବହୁ ଅନୁ୍ଷ୍ଠାନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ବୁଧବାର ପୂର୍ବାହ୍ନରେ ଶ୍ରୀ ପାଢ଼ୀଙ୍କ ବାସଭବନରେ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି, ଚିନ୍ମୟ ମିଶନ ଓ ଜିଲ୍ଲା ବ୍ରାହ୍ମଣ ସମିତି ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଗଠନର ପ୍ରତିନିଧିମାନେ ଶ୍ରୀ ପାଢ଼ୀଙ୍କର ଅତିରିକ୍ତ ଜିଲ୍ଲାପାଳଭାବେ ମାତ୍ର ଏକବର୍ଷ କାର୍ଯ୍ୟକାଳରେ ସେ ଜନସାଧାରଣ ବହୁ ସମସ୍ୟା ସମାଧାନ ଦିଗରେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ ବୋଲି ପ୍ରକାଶ କରିଥିଲେ । ଶ୍ରୀ ପାଢ଼ୀ ରେମୁଣା ତହସିଲଦାର ଭାବେ ବାଲେଶ୍ୱର ସରକାରୀ ମେଡିକାଲ ୍କଲେଜ ପାଇଁ ସ୍ଥାନ ନିରୂପଣ ଦିଗରେ ପ୍ରମୁଖ ଭୂମିକାକୁ ଜିଲ୍ଲାବାସୀ ସର୍ବଦା ମନେରଖିବେ ବୋଲି ପ୍ରତିନିଧିମାନେ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ପାଢ଼ୀ ନିଜର କାର୍ଯ୍ୟକାଳରେ ସରକାରୀ ଦାୟିତ୍ୱ ସଂପାଦନ ଦିଗରେ ଜନସାଧାରଣଙ୍କୁ ସର୍ବଦା ନ୍ୟାୟପ୍ରଦାନ ପାଇଁ କାର୍ଯ୍ୟକରିବେ ବୋଲି ପ୍ରକାଶ କରିଥିଲେ । ଏହି ବିଦାୟ ସମ୍ବର୍ଦ୍ଧନା ଅବସରରେ ବିଭିନ୍ନ ସଂଗଠନ ତରଫରୁ ପ୍ରଭାକର ସାହୁ, ନିରଞ୍ଜନ ପରିଡ଼ା, ସଚୀନ୍ଦ୍ର ଦାସ, ନିରଞ୍ଜନ ରାଉତ, ଗୌରାଙ୍ଗ ପାଣିଗ୍ରାହୀ, ସେକ୍ କରିମୁଦ୍ଦିନ୍, ଦୀନବନ୍ଧୁ ଲେଙ୍କା, ଶ୍ୟାମସୁନ୍ଦର ଜେନା, ସ୍ୱାମୀ ଅଗସ୍ତି ଚୈତନ୍ୟ, ଡଃ କ୍ଷିତିଶ୍ୱର ଦାଶ, ଡଃ ବେଣୁମାଧବ ଶତପଥୀ, ଡଃ ପ୍ରଭାକର ଦାଶ, ଗୌରଚନ୍ଦ୍ର ଦାଶ, ଅକ୍ଷୟ କୁମାର ତ୍ରିପାଠୀ ଓ ସର୍ବେଶ୍ୱର ପତି ପ୍ରମୁଖ ଉପସ୍ଥିତ ଥିଲେ ।