ପୂର୍ବତନ ଅଧ୍ୟକ୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ର ରିଲିଫ ପାଣ୍ଠି କୁ ଦାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋଭିଡ ୧୯ ମୁକାବିଲା କୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାର ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫଳରେ ଏଭଳି ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାହାର୍ଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି। ବି. ଡି ପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ. କମ୍ବୁପାଣି ସାମନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ର ରିଲିଫ ପାଣ୍ଠି କୁ ୫ ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି l ସେ ଏହି ଡ୍ରାଫଟ କୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି


