ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିତାମ୍ବରମ ଗିରଫ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆଇଏନ୍ଏକ୍ସ ଦୁର୍ନିୀତି ମାମଲାରେ ବୁଧବାର ବିଳମ୍ବିତ ସଂନ୍ଧ୍ୟାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିତାମ୍ବରକୁ ସିବିଆଇ ଗିରଫ କରିଛି ।ଗତକାଲି ଠାରୁ ନିଖୋଜ ରହିଥିବା ପୂର୍ବତନ ପି ଚିତାମ୍ବରମ କିଛି ସମୟ ପୂର୍ବରୁ ହଠାତ୍ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚଥିଲେ ।ଏହାସହ ସେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତାଙ୍କର କୈାଣସି ଦୁର୍ନୀତି ମାମଲା ନାହିଁ । ସେ କିଛି ବି ଦୁର୍ନୀତି କରିନାହାନ୍ତି । ଏହା ସହ ସେ ସରକାରଙ୍କ ପ୍ରତ୍ୟୈକ ନିୟମ ମାନିବେ ବୋଲି କହିଛନ୍ତି । ଏହା ସହ ଗଣମାଧ୍ୟମରେ ଯେଉଁ ନିଖୋଜ କଥା ଚର୍ଚ୍ଚା ଚାଲିଥିଲା ସମୟରେ ସେ ଏହାକୁ ଖଣ୍ଡନ କରିଛନ୍ତି । ସେ ସମସ୍ତ ନ୍ୟାୟକୁ ସମ୍ମୁଖିନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ମାନେ ଉପସ୍ଥିିତ ଥିଲେ । ଏହି ଘଟଣା ପରେ ସିବିଆଇର ଏକ ଦଳ କଂଗ୍ରେସ କାର୍ଯ୍ୟାଳୟ ଅଭିମୁଖେ ବାହାରିିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ