ପୂର୍ବତନ ଉପାଧ୍ୟକ୍ଷଙ୍କୁ ଆକ୍ରମଣ କରି ଯୁବକ ଗିରଫ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୀପ୍ତ କୁମାର ପଟ୍ଟନାୟକ (ବାବୁଲି)ଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତଙ୍କ ନାମ ଏସ୍. ଗାଣ୍ଡୁ ରେଡି ଏବଂ ଘର ଦିଗପହଣ୍ଡି ଏନ୍ଏସିର ୩ନମ୍ବର ଓ୍ବାର୍ଡ ଅନ୍ତର୍ଗତ ବାଲାଜୀ ନଗର ରେ।ଶୁକ୍ରବାର  ଦିଗପହଣ୍ଡି ଥାନା ମାମଲା ସଂଖ୍ୟା ୩୨୩/୨୨ ପ୍ରକାରେ ଅଭିଯୁକ୍ତଙ୍କୁ ଜେଏମଏଫସି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୭ ତାରିଖ ସଂଧ୍ୟାରେ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ଉଦଯାପନ ଅବସରରେ ଏକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଭିଯୁକ୍ତ ଯୁବକ ଜଣକ କଣ୍ଠଶିଳ୍ପୀ ମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହ ସେମାନଙ୍କ ଉପରକୁ ଟେକା ପଥର ଫୋପାଡିଥିଲେ।ଉପାଧ୍ୟକ୍ଷ ପଟ୍ଟନାୟକ ଯାତ୍ରା କମିଟିର ସଭାପତି ଥିବାରୁ ସଂପୃକ୍ତ ଯୁବକକୁ ଏ ସମ୍ପର୍କରେ ପଚାରିଥିଲେ।ତେବେ ଯୁବକ ଜଣକ ଉତ୍ଯକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରି ଗଳା ଧକ୍କା ମାରିବା, ହାତ ମୋଡି ଆଙ୍ଗୁଠି ଭାଙ୍ଗିଦେବା ଏବଂ ହତ୍ଯାଧମକ ଦେଇଥିବା ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ