ପୂର୍ବତନ ଉପାଧ୍ୟକ୍ଷ ଙ୍କ ସ୍ମୁତିସଭା
(ଯୁଗାବ୍ଦନ୍ୟୁଜ )ଯାଜପୁର ର ବରିଷ୍ଠ ବିଜେଡି ନେତା ତଥା ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଣେଶ ମଣ୍ଡପ ରେ ଅନୁଷ୍ଠିତ ସ୍ମୁତିସଭାରେ ସାଂସଦ ଶର୍ମିଷ୍ଠା ସେଠି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ବିଜେଡି ସଭାନେତ୍ରୀ ସଂଯୁକ୍ତା ମହାନ୍ତି, ଜିଲାପରିଷଦ ଅଧକ୍ଷ ନରେଶ ମହାନ୍ତି,ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ,ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ନାୟକ,ବ୍ୟାସନଗର ପୌରପରିସଦ ର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି,ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର,ରାଜ୍ୟର ବହୁ ବସ୍ ଷ୍ଟାଣ୍ଡ୍ ର ସଭାପତି,ସଂପାଦକ ଓ କର୍ମକର୍ତ୍ତା ଯୋଗଦେଇ ବିଜୟ ମହାନ୍ତି ଙ୍କ ସ୍ମୁତିଚାରଣ କରିଥିଲେ। ଏହି ସ୍ମୃତି ସଭାକୁ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ ପରିଚାଳନା କରିଥିଲେ।