ପୂର୍ବତନ କର୍ପୋରେଟରଙ୍କ ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ସମାଜସେବୀ ତଥା ପୂର୍ବତନ କର୍ପୋରେଟର ଆର୍ ମୁରଲୀ ମୋହନ ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଫ୍ରେଣ୍ଡସ ଫରଏଭେର ରାଧାକୃଷ୍ଣ ବଣିକ ସଂଘ  ପକ୍ଷରୁ ଆୟୋଜିତ କରାଯାଇଥିଲା । ତୁଳସୀ ନଗର ଅଞ୍ଚଳବାସୀ,ଜୀବନ ବିନ୍ଦୁ ଓ ରେଡକ୍ରସ ରକ୍ତ ଭଣ୍ଡାର ମିଳିତ ଆନୁକୂଲ୍ୟରେ ଜନ୍ମ ଦିନ କୁ ସ୍କରଣୀୟ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ମେଗା ରକ୍ତ ଦାନ ଶିବିର । ସକାଳ ୮ଟା ରୁ ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୩୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅତିଥି ଭାବେ ମାନ୍ୟବର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲାର ଜୀବନ ବିନ୍ଦୁ ସଂଜଯୋକ ସୁବାସ ଚନ୍ଦ୍ର ମହାରଣା, ସମାଜସେବୀ ଅରକ୍ଷିତ ଜେନା, ଆର୍. ମୂରଲୀ ମୋହନଙ୍କ ମା ଆର୍. ସାବିତ୍ରୀ ଯୋଗ ଦେଇ ଥିଲେ । ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇ, ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ବିଜେଡି ନେତା ସୁଧିର ରାଉତ, ରଜନିଶ ମିଶ୍ର ,ସୁରେନ୍ଦ୍ର ମହାରଣା, ଜଗନ୍ନାଥ ସାବତ, ପୂର୍ବତନ କର୍ପୋରେଟର ତିରୁପତି ପାତ୍ର, ମମତା ପାତ୍ର, ଅନିଲ ନାୟକ, ଦୁର୍ଗା ପଣ୍ଡା, ରାଜେଶ୍ୱର ବେହେରା, ମମତା ବିଷୋୟୀ, ଏମ .ତେଜେଶ୍ୱର, ରାକେଶ ସାହୁ, ମଧୁମିତା ମାଝୀ, ମମତା ପାତ୍ର, ମହିଳା ମହାନଗର ସଭାପତି ସନୋଲି ଗନ୍ତାୟତ, ଲକ୍ଷ୍ମୀ ପ୍ରିୟ ପାଢ଼ୀ, ଏମ. ସୁଜାତା ପାତ୍ର ଓ ସମସ୍ତ ବରିଷ୍ଠ ବିଜେଡି ନେତା ମାନେ ଯୋଗ ଦେଇଥିଲେ। ମୁରଲୀ ଲୋଚ।ପଡା ରୋଡ ସ୍ଥିତ ଜରା ନିବାସ ,ଏମ୍ କେ ସି ଜି ମେଡିକାଲ ପରିସରରେ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଧାକୃଷ୍ଣ ବଣିକ ସଂଘର କର୍ମକର୍ତ୍ତା ମନୋଜ କୁମାର ସାହୁ, ତିରୁପତି ସୁବୁଦ୍ଧି, ଶ୍ରୀକାନ୍ତ ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ସୁଶୀଳ ସେନାପତି, କାଳୀଚଣର ତ୍ରିପାଠୀ, ବାବୁ ପଟ୍ଟନାୟକ, କେ ସନ୍ତୋଷ ସୁବୁଦ୍ଧି, ସତ୍ୟ ପାତ୍ର, ସୁବାସ ଚନ୍ଦ୍ର ପାତ୍ର ସହଯୋଗ କରିଥିଲେ । ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ମୁକୁନ୍ଦ ଗୌଡ, ଏସ୍. ଏ .ଖଳିଲ, ଏଲ୍. ରବି, କେ. ରବି, ଆର୍. କ୍ରୀଷ୍ଣା ରେଡ୍ଡି, ଟୁନା ମହାରଣା, ଅଭିନ ସୁନ୍ଦର ବେହେରା, ଅରୁଣ କୁମାର ଗରୁଡ,ଦିଲ୍ଲୀପ ପାତ୍ର,କେ .ମୁନ୍ନା ରେଡ୍ଡି, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁରଲୀଙ୍କ ପରିବାରର ମା ଆର୍. ସାବିତ୍ରୀ, ପତ୍ନୀ ଆର୍ .ପାଭନୀ  ରହି ରକ୍ତଦାତା ମାନଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ