ପୂର୍ବତନ କାଉନସିଲରଙ୍କ ନାମ କୁ ନେଇ ଚର୍ଚ୍ଚା ଜୋର ଧରିିବା ସହ ରାଜନୈତିକ ମହଲ ବେଶ୍ ସରଗରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଭିନ୍ନ ପର୍ଯ୍ୟାୟ ମତଦାନ ର ଗଣତି ପ୍ରକ୍ରିୟା ଜାରିରହିଛି । ଗଣତି ପ୍ରକ୍ରିୟାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଗଣତି କାର୍ଯ୍ୟକ୍ରମ ଆସନ୍ତା କାଲି ଶେଷ ହେବ । ତେବେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗଣତି ପ୍ରକ୍ରିୟା ସମାପ୍ତି ନ ହେଉଣୁ ବର୍ତ୍ତମାନ ସମଗ୍ର ପାରଳାଖେମୁଣ୍ଡି ସହରରେ,ଆରମ୍ଭ ଜୋର ଧରିଲାଣି ପୌର ନିର୍ବାଚନ ତାତି । ବର୍ତ୍ତମାନ ଚଳିତ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ତାହାମଧ୍ୟ ଚଳିତ ଥର ଏହି ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ନିମନ୍ତେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏଥି ନିମନ୍ତେ ସମଗ୍ର ପାରଳାଖେମୁଣ୍ଡି ସହରରେ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବର୍ତ୍ତମାନ ଠାରୁ ଅଧ୍ୟକ୍ଷା ପଦବୀ ନିମନ୍ତେ ପ୍ରାର୍ଥୀନୀ ଖୋଜା ଚାଲିଥିବା ଜୋର ଧରିଛି । ପ୍ରତେକ ଦଳ ପକ୍ଷରୁ ଏହି ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀନୀ କାହାକୁ କରିବେ , କାହାକୁ ପ୍ରାର୍ଥୀନୀ କଲେ ବିଜୟ ସମ୍ଭାବନା ଅଧିକ ରହିବ ସେଥିପାଇଁ ରାଜନୈତିକ ମହଲ ବେଶ୍ ସରଗରମ ହୋଇପଡିଛି । ପ୍ରାର୍ଥୀନୀ ଚୟନ ପାଇଁ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଏଇ ନେଇ ଜୋର ଚାଲିଥିବା ବେଳେ , ସହରର ଜୋର ଚର୍ଚ୍ଚା ରେ ରହିଛି ପାରଳାଖେମୁଣ୍ଡି ୩ ନମ୍ବର ୱାଡର ପୂର୍ବତନ କାଉନସିଲର ଶ୍ରୀମତୀ ଖଗେଶ୍ୱରୀ ବେହେରା ଙ୍କ ନାମ । ସେ କଂଗ୍ରେସରେ ପ୍ରତିଦ୍ୱନ୍ଦୀତା କରି ବିଜୟୀ ହୋଇଥିଲେ ଏବଂ ସେ ତାଙ୍କ କାଉନସିଲର ଥିବା କାର୍ଯ୍ୟକାଳ ମଧ୍ୟରେ ୩ ନମ୍ବର ୱାର୍ଡରେ ଅନେକ ଜନସେବା ଓ ଉନ୍ନତିମୂଳକ କାର୍ଯ୍ୟ କରି ବେଶ୍ ଚର୍ଚ୍ଚାରେ ଥିବା ବେଳେ ଜଣେ ଲୋକପ୍ରିୟ ନେତ୍ରୀ ତଥା ୱାର୍ଡ କାଉନସିଲର ଭାବେ ସମସ୍ତଙ୍କ ଠାରେ ବେଶ୍ ଜଣାଶୁଣା ହୋଇ ପାରିଥିବା ଜଣାଯାଇଛି । ପୂର୍ବତନ କାଉନସିଲର ଶ୍ରୀମତୀ ଖଗେଶ୍ୱରୀ ବେହେରା ଜଣେ ମେଳାପି , ଶିକ୍ଷିତା , ଦକ୍ଷତା ସମ୍ପନ୍ନ,ପର ଉପକାରୀ ଓ କାର୍ଯ୍ୟନିଷ୍ଠା ଶ୍ରେଣୀର ମହିଳା ହୋଇଥିବା ଯୋଗୁଁ ବର୍ତମାନ ସହରରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ନଜର ରେ ରହିଛନ୍ତି ଶ୍ରୀମତୀ ଖଗେଶ୍ୱରୀ ବେହେରା । ଆଜି ତାଙ୍କୁ ଆମେ ପଚାରିବାରୁ ଏ ଦିଗରେ ମୁଁ ବର୍ତ୍ତମାନ ସୁଦ୍ଧା କୌଣସି କିଛି ନିଷ୍ପତ୍ତି ନେଇନାହିଁ । ତେବେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ମୁଁ ମୋର ନିଷ୍ପତ୍ତି ଜାହିର କରିବି ବୋଲି ଶ୍ରୀମତୀ ବେହେରା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ