ପୂର୍ବତନ କାଉନସିଲର୍ ଙ୍କ ଦେହାନ୍ତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର ୧୨ ଘଣ୍ଟା ୩୦ ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି ଓ ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ଓ ସେ ୨୦୧୪ ରୁ ୨୦୧୯ ମସିହା ପର‌୍ୟ୍ୟନ୍ତ କଂଗ୍ରେସ୍ ଟିକେଟରେ ଲଢ଼ି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ନଅ ନମ୍ବର୍ ୱାର୍ଡ୍ ର କାଉନସିଲର୍ ଭାବେ ନିର୍ବାଚିତ ହୋଇ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ଓ ତାଙ୍କ ମୃତ୍ୟୁ ବେଳକୁ ସ୍ୱାମୀ ରାମଚନ୍ଦ୍ର ସିଅ,ପୁଅ ସତ୍ୟନାରାୟଣ ସିଅ,ମିଥୁନ୍ ସିଅ, ଝିଅ ଜାନକୀ,ଜ୍ୱାଇଁ ଏବଂ ପରିବାର ବନ୍ଧୁବର୍ଗ ଉପସ୍ଥିତ ଥିଲେ ଓ ଆଜି ସକାଳେ ବେଲଗୁଣ୍ଠା ଗ୍ରାମ ଶ୍ମଶାନରେ ରମାଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ସାନପୁଅ ମିଥୁନ୍ ମୁଖାଗ୍ନି ଦେଇଥିଲେ ଓ ତାଙ୍କ ମୃତ୍ୟୁ ଖବର ଆଜି ପ୍ରଚାର ହେବାପରେ ବେଲଗୁଣ୍ଠାରେ ଶୋକର ଛାୟା ଖେଳିଯିବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ