ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମନ୍ତ୍ରୀ, ନେତା ଓ ଜନତା
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ଏକାଦଶାହ କ୍ରିୟା ନିଜ ଜନ୍ମଭୂମି ତଥା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସମେତ ବିଭିନ୍ନ ଦଳର ବରିଷ୍ଠ ନେତା ଓ ସାଧାରଣ ଜନତା ଯୋଗ ଦେଇ ସ୍ୱର୍ଗତ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ସେଠୀଙ୍କ ଉଦ୍ଦେଶ୍ୟରେ ‘ଅଜେୟ ଅର୍ଜ୍ଜୁନ’ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଅଧ୍ୟାପକ ଲକ୍ଷ୍ମୀଧର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଧାନସଭାର ବିରୋଧୀଦଳ ନେତା ବିଷ୍ଣୁ ସେଠୀ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ, ପୂର୍ବତନ ବିଧାୟକ ରଥ ଦାସ, ପ୍ରଫୁଲ୍ଲ ଜେନା, ନରେନ ପଲେଇ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ, ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜେପି ନେତା ପ୍ରଦୀପ ନାୟକ, ବିଜେଡି ଯୁବନେତା ଅସିତ୍ ପଟ୍ଟନାୟକ, ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପ୍ରାକ୍ତନ ଜିଲ୍ଲା ଯୁବ ବିଜେଡି ସଭାପତି କ୍ଷୀରୋଦ ରାଉତ, ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ମହାପାତ୍ର, ଅଭୟ ଦ୍ୱିବେଦୀ, ଆଇନଜୀବି ଦିବ୍ୟସିଂହ ନାୟକ, ନିରାକର ଜେନା, ରାଜ୍ୟ ବିଜେଡି ମହିଳା ଉପସଭାନେତ୍ରୀ ସୁଜାତା ଜେନା, ଯୁବନେତା ରଞ୍ଜିତ୍ ଦାଶ, କଂଗ୍ରେସ ନେତା ସୁବ୍ରତ ଦାସ, ବିଜେପି ନେତା ପଞ୍ଚାନନ ରାଉତ, ବ୍ଳକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ସରପଞ୍ଚ କିଶୋର କିଙ୍କର ପଢିଆରୀ, ଦୁର୍ଗା ପ୍ରସନ୍ନ ଦାସ, ମନସ୍ମିତା ଖୁଣ୍ଟିଆ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ଯଯାତି ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସେଠୀଙ୍କ ଅବିସ୍ମରଣୀୟ ସ୍ମୃତିକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେହିପରି ଝାଡଖଣ୍ଡ ରାଜ୍ୟପାଳ ଦୌପଦୀ ମୁର୍ମୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସ୍ୱର୍ଗତ ସେଠୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ, ଗଣେଶ ସେଠୀ, ରାମ ଚନ୍ଦ୍ର ସେଠୀ, ଅଭୟ ପ୍ରଧାନ, ଭରତ ଚନ୍ଦ୍ର ରାଉତ, ପିତାମ୍ବର ପୁହାଣ, ଭଗବାନ ପଣ୍ଡା, ଶରତ ପଟେଲ, ରମାକାନ୍ତ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।