ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ବିୟୋଗରେ ବନ୍ତସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରୀ ନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଦିବଂଗତ ନେତା ସ୍ୱର୍ଗତ ସେଠୀ, ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ଓ ପୂର୍ବ ଲଦାକ୍‌ରେ ସହିଦ୍ ହୋଇଥିବା ଅମର ଯବାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ନବ କିଶୋର ବଳ, ବନମାଳୀ ଜେନା, ଶଙ୍କର୍ଷଣ ଜେନା, ଲକ୍ଷ୍ମୀକାନ୍ତ କର, ପ୍ରମୋଦ ଜେନା, କୁଳମଣି ବେହେରା, ସୁଦର୍ଶନ ଦାଶ, ସିନାରାଣୀ ମିଶ୍ର, ପୁଷ୍ପଲତା ବେହେରା, ଉଦ୍ଧବ ସେଠୀ, ଜିତେନ୍ଦ୍ର ନାଥ, ପ୍ରକାଶ ଲେଙ୍କା ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ