ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ଶ୍ରାଦ୍ଧଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ବିଶିଷ୍ଟ ରାଜନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ୨୯ ତମ ଶ୍ରାଦ୍ଧ ବାର୍ଷିକ ମଙ୍ଗଳବାର ପାଳିତ ହୋଇଯାଇଛି । ସମରେନ୍ଦ୍ର କୁଣ୍ଡୁ ସ୍ମୃତି ପରିଷଦ ପକ୍ଷରୁ ସହରର ଷ୍ଟେସନ ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କୁଣ୍ଡୁଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ ସହ ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତି ଉଜ୍ଜ୍ୱୀବିତ ରଖିବାରେ ସ୍ମୃତି ପରିଷଦର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ବାଲେଶ୍ୱର ଜିଲ୍ଲା ସମେତ ତତ୍କାଳୀନ ଓଡ଼ିଶାର ବିକାଶରେ ସ୍ୱର୍ଗତ କୁଣ୍ଡୁଙ୍କ ସୁଦୂରପ୍ରସାରୀ ନିଷ୍ପତ୍ତି ଓ ନିଷ୍ଠାପର କାର୍ଯ୍ୟଧାରା ତାଙ୍କୁ ଜିଲ୍ଲାବାସୀଙ୍କଠାରେ ଅବିସ୍ମରଣୀୟ ରଖିପାରିଛି ବୋଲି ଶ୍ରୀ ଜେନା କହିଥିଲେ । ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଶ୍ରମିକନେତା ଅରୁଣ କୁମାର ସ୍ୱାଇଁ ଏଥିରେ ପ୍ରାରମ୍ଭିକ ସୂଚନା ସହ ସ୍ମୃତି କମିଟିର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ଗୌରୀ କୁମାର ରାଉତ, କାଉନସିଲର ମୀନା ମହାନ୍ତି ଓ ସଞ୍ଜୀବ କୁମାର ଦାସ, ଡ. ହରିଶ୍ଚନ୍ଦ୍ର ବେହେରା, ଶ୍ରମିକ ନେତା ଶାନ୍ତନୁ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କୁଣ୍ଡୁଙ୍କ ପ୍ରତି ଶ୍ର୍‌ଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କର ଜୀବନାଦର୍ଶକୁ ମନେ ପକାଇଥିଲେ । ସ୍ୱର୍ଗତ କୁଣ୍ଡୁଙ୍କ ତ୍ୟାଗ, ସଦାଚାର ଓ ନିସ୍ୱାର୍ଥପର ସାଂଗଠନିକ ଦକ୍ଷତା ଜିଲ୍ଲାବାସୀଙ୍କୁ ସବୁଦିନ ଉଦ୍‌ବୁଧ କରୁଥିବ ବୋଲି ବକ୍ତାମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶମ୍ଭୁନାଥ ଦାସ, ଶେଖ ମଇଉଦ୍ଦିନ, ବିରଂଚି କୁମାର ପ୍ରଧାନ, ଦାମୋଦର ମାସନ୍ତ, ଶରତ ଚନ୍ଦ୍ର ସାହୁ, ଶରତ ମଲ୍ଲିକ ପ୍ରମୁଖଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର ବହୁ ଶ୍ରମିକ ଏଥିରେ ଉପସ୍ଥିତ ରହି ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ