ପୂର୍ବତନ କେନ୍ଦ୍ରାପଡା ବିଧାୟକ ସ୍ୱର୍ଗତ ସରୋଜକାନ୍ତ କାନୁନଗୋଙ୍କ ଶ୍ରାଦ୍ଧ ଦିବସରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ସମ୍ମାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ପୂର୍ବତନ ବିଧାୟକ ସରୋଜକାନ୍ତ କାନୁନଗୋଙ୍କ ୧୦୯ତମ ଶ୍ରାଦ୍ଧୋତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି । ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ଗରଦପୁର ବ୍ଲକର କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ କାନୁନଗୋଙ୍କ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅତିଥି ଭାବରେ ପ୍ରାଧ୍ୟାପକ ଅଜୟ କୁମାର ରାଉତ, ଡା. ବିଶ୍ୱପ୍ରକାଶ କାନୁନଗୋ, ଡା. ବିଜୟ କୁମାର ଦାସ, ସମାଜସେବୀ ସୁନାକର ରାଉତ ଓ ଗାୟକ ଭୂଷଣ ଗୋପବନ୍ଧୁ ନାଥ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କାନୁନଗୋଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।