ପୂର୍ବତନ ଜିଲ୍ଲାପରିଷଦଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ୩୬ ନଂ ଜୋନର ପୂର୍ବତନ ଜିଲ୍ଲାପରିଷଦ ସଞ୍ଜୟ ରାଉତଙ୍କ ଅକାଳ ବିୟୋଗ ଘଟିଛି। ସେ ଛାତ୍ର ଜୀବନରୁ ରାଜନୀତିକୁ ଓହ୍ଲାଇ ଆନନ୍ଦପୁର କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ପରିଷଦ ସଦସ୍ୟ ଭାବରେ ବିଜେପିରୁ ନିର୍ବାଚିତ ହୋଇଥିଲେ । ସେଜଣେ ପରୋପକାରୀ ଦକ୍ଷ ସଂଗଠକ ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ। ଗତକାଲି ରାତିରେ ଭୂବନେଶ୍ୱରର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ଘଟିଥିଲା। ପରେ ଆଜି ସକାଳେ ତାଙ୍କ ମରଶରୀର ବଞ୍ଚୋ ଗ୍ରାମରେ ପହଁଚିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଜେପି ନେତା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ଵାଳ, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, ଉପାଧକ୍ଷ ରତିକାନ୍ତ ରାଉତ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ବରିଷ୍ଠ ବିଜେଡି ନେତା ଅମରେନ୍ଦ୍ର ଧଳ, ଗୌରାଙ୍ଗ ରଣା, ବିଶ୍ୱନାଥ ଖଟୁଆ, ବିନୟ ନାୟକ, ସୁଧାକର ଓଝା, ଯଜ୍ଞପ୍ରସାଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ କୁଳରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।