ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ଉପସଭାପତିଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରପଡା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ଉପସଭାପତି ପ୍ରଶନ୍ନ ସାମନ୍ତରାୟଙ୍କ ୫୫ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ସାମନ୍ତରାୟଙ୍କ ବିୟୋଗରେ ଜିଲ୍ଲା ଓକିଲ ସଙ୍ଗ ପକ୍ଷରୁ ଏକ ଶୋକସଭା ସଙ୍ଘର ସଭାପତି ଆଶୁତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ଓକିଲ ସଙ୍ଘର ସମ୍ପାଦକ ସେକ ଅଜିମୁଦ୍ଦିନ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଧ୍ରୁବ ଚରଣ ଜେନା, ଅଧିକାରୀ ପ୍ରଭାତ ଦାସ, ସରୋଜରାଜ ସିଂ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବିଭୁ ପ୍ରସାଦ ସିଂ, ରଞ୍ଜନ ପଣ୍ଡା, ଅରୁଣ ପ୍ରସାଦ ଦାସ, ମନୋଜ ସାହୁ, ନିରଞ୍ଜନ ବଳ, ଗୋବର୍ଦ୍ଧନ ରାଉତ, ସୁରେଶ ରାଉତ, ଦୁର୍ଯ୍ୟୋଧନ ସାହୁ, ମାନସ କୁମାର ମହାନ୍ତି, ପ୍ରଭାତ ପ୍ରଧାନ ପ୍ରମୁଖ ବହୁ ଆଇନଜୀବୀ ଯୋଗଦେଇ ସ୍ୱର୍ଗତ ସାମନ୍ତରାୟଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ