ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦେହାନ୍ତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଅନ୍ତର୍ଗତ ପୋଲସରା ବ୍ଲକର ୩୮ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ହୋଇଯାଇଛି। ଦୁଇ ଦିନ ପୂର୍ବେ ଶରତ ଚନ୍ଦ୍ର ପ୍ରଧାନଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଯିବାରୁ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଲେ । ଶରତ ଚନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଖବର ଶୁଣିବା ପରେ ନିଜ ଗ୍ରାମ ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା । ମର ଶରୀର ଗ୍ରାମରେ ପରିକ୍ରମା କରିବା ପରେ ଗ୍ରାମ ଶ୍ମଶାନରେ ସ୍ୱର୍ଗତ ଶବ ସଂସ୍କାର କରାଯାଇଥିଲା । ଶରତଚନ୍ଦ୍ର ପ୍ରଧାନ ଗତ ୨୦୧୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୮ ନମ୍ବର ଜୋନରୁ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚିତ ହୋଇଥିଲେ। ଏଥି ସହ ସ୍ୱର୍ଗତ ପ୍ରଧାନ ରାଜଶ୍ରୀ ବଳାସୀ ସମାଜର ବିଭିନ୍ନ ପଦବୀରେ ରହି ଜାତିକୁ ସୁସଂଗଠିତ କରି ଆସିଥିଲେ । ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁତ୍ର ଉତ୍କଳ ପ୍ରଧାନ ଓ କଳିଙ୍ଗ ପ୍ରଧାନ ଏବଂ ଝିଅ ସମେତ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ