ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ନାୟକ ବିଜେଡ଼ିକୁ ଫେରିଲେ

ନିମାପଡ଼ା,( ସନ୍ତୋଷ ଦାଶ) ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକ ଆଜି ତୁଳସୀପୁର ଠାରେ ଦଳୀୟ ନିର୍ବାଚନ କାର୍ଯ୍ୟାଳୟ କୁ ଉଦଘାଟନ କରିବା ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ମୋଟର ସାଇକେଲ ରାଲି କରି ନିଜ ସପକ୍ଷରେ ପ୍ରଚାର କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ, ତୁଳସୀପୁର ଗ୍ରାମ ବିଜେଡ଼ି ସଭାପତି କୈଳାସ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଦଳ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ପ୍ରାର୍ଥୀ ଶ୍ରୀ ନାୟକ ସମସ୍ତଙ୍କୁ ଦଳକୁ ସ୍ଵାଗତ କରିଥିଲେ। ଦଳୀୟ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ ସମୟ ରେ
ପଞ୍ଚାୟତ ନିର୍ବାଚନ କମିଟି ସଭାପତି ଅନିରୁଦ୍ଧ ତ୍ରିପାଠୀ, ନିରଞ୍ଜନ ସାହୁ, ନିରଞ୍ଜନ ତ୍ରିପାଠୀ, ପ୍ରକାଶ ତ୍ରିପାଠୀ, ସତ୍ୟ ରଞ୍ଜନ ସାହୁ, ଶ୍ରୀ ମନ୍ତ ସାହୁ,ଦୁଃଶାସନ ଭୋଇ, ରବୀନ୍ଦ୍ର କାଣ୍ତୀ,ବାବନ ସାହୁ, ସନ୍ତୋଷ ଦାଶ, ମୁନା ଖାଁ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ