ପୂର୍ବତନ ନଗରପାଳ ନୀଳବାବୁଙ୍କ ପାଇଁ ସ୍ମୃତିସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ପୂର୍ବତନ ନଗରପାଳ ସ୍ୱର୍ଗତ ବିଜୟକୃଷ୍ଣ ସାହୁଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ତଥା ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଯୋଗଦେଇ କହିଲେ ନୀଳବାବୁ ଥିଲେ ଜଣେ ସୁସଂଗଠକ, ଧୂରୀଣ ରାଜନେତା, ସାଧାରଣ ମଣିଷର ଦରଦୀ ବନ୍ଧୁ । ସେ ସବୁବେଳେ ଲୋକଙ୍କ ପ୍ରସଙ୍ଗକୁ ଉତ୍ଥାପିତ କରୁଥିଲେ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ପୂର୍ବତନ ରାଜ୍ୟ ବିଜେଡି ସମ୍ପାଦକ ରବି ସାମଲ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖି ନୀଳବାବୁଙ୍କ ବିୟୋଗରେ କେନ୍ଦ୍ରାପଡା ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି କହିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଡ. ବାସୁଦେବ ଦାସ, ଭକ୍ତଚରଣ ମଲ୍ଲ, ସରୋଜ କାନ୍ତ ସାହୁ, ପ୍ରଦୀପ୍ତ ମହାନ୍ତି, ଶିବପ୍ରସାଦ ବଳ, ରଞ୍ଜିତ୍ ସାହୁ, ଓଡିଶା ବାର୍ କାଉନସିଲ ଅଧ୍ୟକ୍ଷ ମାନସ ମହାପାତ୍ର, ଯୁବନେତା ରାଜେଶ ପଣ୍ଡା, ରାଜେଶ ଦାସ, ସଲିମ ଖାଁ, ହିବଜୁର ରହେମାନ, ମୁକ୍ତାର ଖାଁ, ଦେବଦାସ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ଗୁରୁଚରଣ ପଢିଆରୀ, ଡଃ. କଳ୍ପନା ମଲ୍ଲିକ, ସୁଜାତା ବାରିକ, ଚିତ୍ତରଞ୍ଜନ ଦାସ, ଅମ୍ବିକା ପରିଡା, ସରୋଜ ରାଜ ସିଂହ, ରଞ୍ଜନ ମଲ୍ଲିକ, ବିଜେପି ନେତା ସୁନାକର ବେହେରା, ଭୁବନ ସିଂ, ପ୍ରଶାନ୍ତ ସିଂ, ମଙ୍ଗଳ ବରଣ ସିଂ, ସ୍ୱର୍ଗତ ସାହୁଙ୍କ ପୁତ୍ର ସଚିନ, ସତୀଶ, ଝିଅ ସୋନାଲି, ଗୌରାଙ୍ଗ ବେହେରା, ଜିତେନ୍ଦ୍ର ବେହେରା, ଦେବାଶିଷ ସିଂ, ରଶ୍ମିରଞ୍ଜନ ସିଂ, ସୁବ୍ରତ ବେହେରା ପ୍ରମୁଖ ଶୋକପ୍ରକାଶ କରି ଶ୍ରଦ୍ଧା ନିବେଦନ କରିଥିଲେ ।


