ପୂର୍ବତନ ନଗର ପାଳ କୈଳାଶ ଚନ୍ଦ୍ର ପୃଷ୍ଟୀଙ୍କ ଅକାଳ ବିୟୋଗ

ଚୌଦ୍ୱାର, (ଦୀପକ୍ କୁମାର ବେଉରା): ଚୌଦ୍ୱାର ପୌରପାଳିକା ର ପୂର୍ବତନ ନଗପାଳ ତଥା ବରିଷ୍ଟ ବିଜେଡି ନେତା କୈଳାଶ ପୃଷ୍ଟି ଓରଫ କଇ ଭାଇ ପରଲୋକ ଗମନ କରିଛନ୍ତି । ଗତକାଲି ତାଙ୍କ ଦେହ ଅସୁସ୍ତ ହେବାରୁ ତାଙ୍କୁ ଚୌଦ୍ୱାର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ନିଆଯାଉଥିଲା ବେଳେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ଚୌଦ୍ୱାର ସହର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ସେ ଚୌଦ୍ୱାର ପୌରପାଳିକା ରେ ଛଅ ଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ।ସେ ୮ନମ୍ବର ୱାର୍ଡ ରୁ ଦୁଇ ଥର ଓ ୫ନମ୍ବର ୱାର୍ଡ ରୁ ଚାରି ଥର କାଉନସିଲର ଭାବେ ନିର୍ବାଚିତ ହେବା ସହରରେ ତାଙ୍କ ଲୋକପ୍ରିୟତା ର ପ୍ରମାଣ ଦେଉଛି ।ଗତ ପୌର ନିର୍ବାଚନ ରେ ପାଞ୍ଚ ନମ୍ବର ୱାର୍ଡ ରୁ ନିର୍ବାଚିତ ହୋଇ ପୋୖରାଧ୍ୟକ୍ଷ ହୋଇ ପାରିଥିଲେ । ସହର ର ଛୋଟ ବଡ଼ ସମସ୍ତଙ୍କର ସେ ପ୍ରିୟ କଇ ଭାଇ ରୂପେ ପରିଚିତ ଥିଲେ ।ସେ ଅତ୍ୟନ୍ତ ଆମାୟିକ ସ୍ଵଭାଵ ର ବ୍ୟକ୍ତି ଥିଲେ ।ଚୌଦ୍ୱାର ଗ୍ରାମସ୍ତିତ ତାଙ୍କ ବସଭବନରେ ଶେଷ ଦର୍ଶନ ପାଇଁ ବହୁ ରାଜନେତା, ବୁଦ୍ଧିଜୀବୀ ଙ୍କ ଆଗମନ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ