ପୂର୍ବତନ ନାଏବ ସରପଞ୍ଚଙ୍କର ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ଚଣ୍ଡିପୁର ଗ୍ରାମର ମୀର ନୁରମହମ୍ମଦ(୮୭)ଙ୍କର ହୃଦଘାଦରେ ପରଲୋକ ଘଟିଛି । ବୁଧବାର ସକାଳ ସମୟରେ ସେ ହଠାତ ଅସୁସ୍ଥ ହୋଇପଡିଲେ । ତାଙ୍କୁ ଭଦ୍ରକ ଓ ପରେ କଟକ ବଡ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଅପରାହ୍ନ ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ମୀର ଅବଦୁଲ ମୋତିମ୍, ମୀର ଅବଦୁଲ ମୁକିଦ୍, ମୀର ଅବଦୁଲ ହାସିମ, ଝିଅ ଜେରୁରୁନ ଖାତୁନଙ୍କ ସମେତ ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମୁସଲମାନ ପରମ୍ପରାରେ ତାଙ୍କୁ କବର ଦିଆଯାଇଥିଲା । ସେ ପୂର୍ବରୁ ପଧାନପଡା ପଞ୍ଚାୟତରେ ନାଏବ ସରପଞ୍ଚ ଥିବା ସହ ନିଳୋକ ମା’ବଉଳାଶୁଣୀ ଯାତ୍ରା କମିଟିର ସଦସ୍ୟ ଥିଲେ । ସେ ଜଣେ ପରୋପକାରୀ, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।