ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସୂର୍ଗତ ରାଜୀବଗାନ୍ଧିଙ୍କ ୨୯ତମ ଶ୍ରାଦ୍ଧଦିବସ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପୂର୍ବତନ ପ୍ରଧାନମନ୍ତ୍ରୀ,ଭାରତରତ୍ନ ସୂୂର୍ଗତ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧଦିବସ ଜିଲ୍ଲା କଂଗ୍ରେସ ଭବନରେ ସଭାପତି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ଅଧ୍ୟକ୍ଷତାରେ ପାଳିିତ ହୋଇଯାଇଛି । ପ୍ରାରମ୍ଭରେ ସୂର୍ଗତ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୂପ ପ୍ରଦାନ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଭାପତି ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ରାଜୀବଗାନ୍ଧୀଙ୍କ ନୀତି ଆଦର୍ଶ ଭାରତବର୍ଷର ଉନ୍ନତି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କର ଚିନ୍ତାଧାରା ସମସ୍ତ ଭାରତୀୟଙ୍କ ଭାବାବେଗ ସହ ଜଡିତଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ରାଜ୍ୟ ପଛୁଆ ବର୍ଗ ବିଭାଗ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ,ପିସିସିର ପୂର୍ବତନ ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା କଂଗ୍ରେସ ଉପସଭାପତି ସଞ୍ଜୟ ରାଉତ, ଶରତ ବେହୁରା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ କମଳାକାନ୍ତ ବେହେରା, ଯୁବକଂଗ୍ରେସ ନେତା ଆଶିଷ ମେକାପ, ଜିଲ୍ଲା ପଛୁଆ ବର୍ଗ ବିଭାଗ ଅଧ୍ୟକ୍ଷ ବିଧୁଭୂଷଣ ମହାପାତ୍ର, ବେଣୁଧର ସାହୁ, ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ସାମାଜିକ ଦ୍ୱରତା ରକ୍ଷା କରାଯାଇ ସଭା କରାଯାଇଥିଲା ।


