ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ
ରାଇରଙ୍ଗପୁର , (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାରିପଦାସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ଦଳୀୟ କର୍ମୀବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ପରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନବ ଭାରତ ନିର୍ମାଣରେ ରାଜୀବଗାନ୍ଧୀଙ୍କ ଅବଦାନ ଉପରେ ଦଳୀୟ ନେତୃବୃନ୍ଦ ଆଲୋକପାତ କରିଥିଲେ । ରାଜୀବଗାନ୍ଧୀ ଖୁବ କମ ସମୟ ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ତାଙ୍କ କିନ୍ତୁ ବଳିଷ୍ଠ ନେତୃତ୍ବ ଓ ଦୂରଦୃଷ୍ଟି ସଂପନ୍ନ ନୀତି ଯୋଗୁଁ ସୃଚନା ବୈଷୟିକ ବିଜ୍ଞାନ,୧୮ ବର୍ଷର ଯୁବକ ମାନଙ୍କୁ ଭୋଟ ଦେବା କ୍ଷମତା, ପଞ୍ଚାୟତ ରାଜ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା।ତାଙ୍କରି ପାଇଁ ଭାରତରେ ଏହାର ସଫଳ ରୂପାୟନ ହୋଇପାରିଛି ।ନବ ଭାରତ ନିର୍ମାଣରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିଥିବା ବୋଲି ନେତୃବୃନ୍ଦ ସ୍ମୃତି ଚାରଣ ସଭାରେ କହିଥିଲେ । ଆଜିର ଏହି ଯୋଗଜନ୍ମା ଭାରତମାତାର ସୁଯୋଗ୍ୟ ସନ୍ତାନ ରାଜୀବଗାନ୍ଧୀଙ୍କ ସ୍ମୃତି ଚାରଣ ସଭାରେ ବରିଷ୍ଠ କଂଗ୍ରେସ ନେତା ହେମନ୍ତ ଦାସ, ଅଶୋକ ଅଧିକାରୀ, ପ୍ରଦୀପ ମିଶ୍ର, ଅରବିନ୍ଦ ଦାସ, ବାରିପଦା ବିଧାୟକ ପ୍ରାର୍ଥୀ ଦଶରଥ ସିଂ, ଦୀପକ ଦାସ,ତପନ ସାହୁ ସସ୍ମିତା ଘୋଷାଲ,ରଶ୍ମିତା ମିଶ୍ର,ଶୁଭ ସ୍ମିତା ବେହେରା, ଇତିଶ୍ରୀ ମିଶ୍ର,ନିର୍ମଳ ପ୍ରଧାନ ଯୋଗ ଦେଇଥିଲେ ।ଶେଷରେ ମୟୂରଭଂଜ ଜିଲ୍ଲା କଂଗ୍ରେସ କୋଭିଡ-୧୯ ସଂଯୋଜକ ଶାନ୍ତନୁ ପାଲ ଏହି ସ୍ମୃତି ଚାରଣ ସଭାରେ ଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।


