ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସହରର ଅପର ବସଷ୍ଟାଣ୍ଡ ନିକଟରେ ଥିବା ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଗଲା । ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂତ୍ତିର୍ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୁସୂଚିତ ଜାତି ସେଲ ର ସଂଯୋଜକ ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ,ଛାତ୍ର ନେତା ମହେଶ କୁମାର ଗୌଡ଼,ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ରାକେଶ କୁମାର ଆଚାର୍ଯ୍ୟ, କଣମଣା ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଆଇନ୍ ଜିବି ବାବୁ ନାହାକ, ଶ୍ରମିକ ନେତା ଈଜୁ ଅମିନ ଖାଁ, ବରିଷ୍ଠ କଂଗ୍ରେସ ନେତା ଗଣପତି ବାରିକ, ଅଶୋକ ପଟ୍ଟନାୟକ, ଜି. ଶ୍ରୀନିବାସ ରାଓ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ