ପୂର୍ବତନ ବିଜେଡି ଜିଲ୍ଲା ଉପସଭାପତିଙ୍କ ପିତୃ ବିୟୋଗ

ବେତନଟୀ,(ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ପିତାଙ୍କ ବୃଦ୍ଧବସ୍ଥାରେ ହଠାତ ମୃତ୍ୟୁ ଘଟିଛି। ତାଙ୍କ ପିତା ସ୍ବର୍ଗତ ଜଗବନ୍ଧୁ ମିଶ୍ର ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକ ଭାବେ ନିଜ ଜୀବନରେ ସୁଚାରୁ ରୂପେ ନିଜ କାର୍ଯ୍ୟଭାର ସଂଭାଳି ଆସିଥିଲେ। ତାଙ୍କ ମୃତ୍ୟୁ ବେଳେକୁ ତାଙ୍କୁ ୭୦ବର୍ଷରୁ ଅଧିକ ହୋଇଯାଇଥିବା ଜଣାପଡିଛି। ସେ ଜଣେ ଅତି ମେଳାପୀ ଓ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ଅଞ୍ଚଳରେ ପରିଚିତ ଥିଲେ। ସେ ଅନେକ ଦିନରୁ କୌଣସି ସ୍ନାୟୁ ଜନିତ ରୋଗରେ ପୀଡିତ ଥିବାବେଳେ ଶନିବାର ବେତନଟୀସ୍ଥିତ ବାସଭବନରେ ତାଙ୍କର ହଠାତ ମୃତ୍ୟୁ ଘଟିଛି। ତାଙ୍କୁ ତାଙ୍କ ପୈତୃକ ଗାଁ ଦହିକୁଟିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡପୁଅ ଭବାନୀ  ଶଙ୍କର ମିଶ୍ର ନିଜ ପିତାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ସାନ ଭାଇ ଜ୍ୟୋତି ଶଙ୍କର ମିଶ୍ର, ସାନ ଭଉଣୀଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ରହିଥିଲେ। ଶେଷକୃତ୍ୟ ସମ୍ପନ୍ନ ସମୟରେ ଶେଷ ଦର୍ଶନ ପାଇଁ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ଯୁବ ନେତା ସୁନ୍ଦର ମୋହନ ମହାନ୍ତ, ସୁଶାନ୍ତ କୁମାର ବଳା, ଅନନ୍ତ କୁମାର ମହାନ୍ତ, ବ୍ଲକ ସଭାପତି ସନ୍ତକ ଲେଙ୍କା, ଜ୍ୟୋତି କାନ୍ତ ସାମଲ, କୁଡ଼ମୀ ସେନା ଅଧ୍ୟକ୍ଷ ଜୟମୁନି ମହାନ୍ତ, ଯୁବନେତା ଲଲାଟେନ୍ଦୁ ବେହେରା, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସମେତ ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତତସହିତ ୟଙ୍ଗ ମେନ ଆସସିଏସନ ସଂଗଠନ ପକ୍ଷରୁ ସମସ୍ତ ସଦସ୍ୟ ସମେତ କୁନା ବେହେରା, ଲିପୁନ ତ୍ରିପାଠୀ ସହ ଉପସ୍ଥିତ ରହି ସହଯୋଗ କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ