ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକସଭା

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ନିଳୋକ ହାଇସ୍କୁଲ ପରିସରରେ ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶୋଭେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ସୁଧାକର ପଣ୍ଡା, ସନାତନ ନାୟକ, ସୁରଜିତା ବାଇ, ସ୍ୱୟଂପ୍ରଭା ନାୟକ, ଚିତ୍ରାବତୀ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସେଠୀ ଜଣେ ବିଶିଷ୍ଟ ରାଜନେତା ଓ ଅନୁଷ୍ଠାନପ୍ରେମୀ ବ୍ୟକ୍ତି ଥିଲେ । ତାଙ୍କରି ପ୍ରଚେଷ୍ଟାରେ ନିଳୋକ ହାଇସ୍କୁଲର ବହୁବିଧ ବିକାଶ ସମ୍ଭବ ହୋଇପାରିଥିଲା ବୋଲି କହିଥିଲେ । ପ୍ରାରମ୍ଭରେ ସ୍ୱଗର୍ତ ବିଧାୟକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ